Advertisment

IPL Final 2021: ଟାଇଟଲ୍‌ ପାଇଁ ସିଏସ୍‌କେ-କେକେଆର୍‌ ମଧ୍ୟରେ ହେବ କଡ଼ା ମୁକାବିଲା

ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR)।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today IPL Final Match

Today IPL Final Match

ଆବୁ ଧାବି: ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR) ମଧ୍ୟରେ ହେବ କଡ଼ା ମୁକାବିଲା। ରେକର୍ଡ କହୁଛି, ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ଶେଷ ୮ ମ୍ୟାଚ୍‌ ଜିତିଛି। ତେଣୁ ଆଜି ଯେଉଁ ଟିମ୍ ଟସ୍ ଜିତିବ, ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ।

Advertisment

କେକେଆର୍‌ ଟିମ୍ ଶେଷ ୪ଟି ଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲକୁ ଯାଇଛି। ଆଇପିଏଲ୍‌ରେ କୋଲକାତା ଟିମ୍ ତୃତୀୟ ଥର ଫାଇନାଲରେ ପହଞ୍ଚିଛି ଏବଂ ୨ଥର ଚାମ୍ପିଅନ୍ ହୋଇଛି।  

Advertisment

୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଥିଲା। ଆଉ ଏଥର ଇଅନ୍ ମୋର୍ଗାନ୍‌ଙ୍କ କ୍ୟାପ୍ଟେନ୍ସିରେ ଦଳ ଫାଇନାଲକୁ ଯାଇଛି। ସେହିପରି ଆଇପିଏଲ୍‌ରେ ଚେନ୍ନାଇ ଟିମ୍ ନବମ ଥର ପାଇଁ ଫାଇନାଲକୁ ଯାଇ ଥିବାବେଳେ ୩ ଥର ଚାମ୍ପିଅନ୍ ହୋଇଛି। ଫଳରେ ଆଜି ଏକ ଦମ୍‌ଦାର୍‌ ମ୍ୟାଚ୍‌ ଦେଖିବାକୁ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। 

IPL 2021 Chennai Super Kings Kolkata Knight Riders IPL Final 2021
Advertisment
Advertisment