Advertisment

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା: ବାଦ ପଡିଲେ ରାହାଣେ ଓ ପୂଜାରା

ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Pujara and Rahane

Pujara and Rahane

ଭାରତୀୟ କ୍ରିକେଟ୍ ଦଳ ଚୟନରେ କିଛିବର୍ଷ ହେବ ବାରମ୍ବାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ହେଉ କିମ୍ବା ଦଳରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବା ଆଦି ପରିବର୍ତ୍ତନ ହୋଇଛି । ତେବେ ନିକଟରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ ରେ ଅଧିନାୟକ ଭାର ଦେବା ପରେ ଏବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଅଧିନାୟକ ଭାବେ ଚୟନ କରାଯାଇଛି।

Advertisment

ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।

ଟିମ୍ ଇଣ୍ତିଆ: ରୋହିତ ଶର୍ମା (କ୍ୟାପ୍ଟେନ୍), ମୟଙ୍କ୍‌ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରୀ, ଶୁଭମାନ ଗିଲ, ଋଷଭ ପନ୍ତ (ୱେକେଟ୍ କିପର୍), କେ.ଏସ୍ ଭରତ (ୱେକେଟ୍ କିପର୍), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍ରା (ଉପ-ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଖେଳିବେନି ବିରାଟ କୋହଲି ଓ ଋଷଭ ପନ୍ତ। ଶୁକ୍ରବାର ଦ୍ୱିତୀୟ ଟି-୨୦ ପରେ ଉଭୟଙ୍କୁ ବିସିସିଆଇ ବାୟୋବବଲ୍ସରୁ ଛୁଟି ଦେଇଛି। ସେମାନେ ଆଜି ସକାଳୁ ବବଲ୍ସରୁ ବାହାରି ନିଜ ନିଜ ଘରକୁ ଚାଲି ଯାଇଛନ୍ତି।

ପନ୍ତ ଓ କୋହଲିଙ୍କୁ ବିସିସିଆଇ ୧୦ ଦିନିକିଆ ଛୁଟିରେ ପଠାଇ ଥିବାରୁ ଉଭୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ମଧ୍ୟ ଖେଳିବେ ନାହିଁ। ମାର୍ଚ୍ଚ ମାସରୁ ଆରମ୍ଭ ହେବାଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ହିଁ ଉଭୟ ଟିମ୍‌କୁ କମବ୍ୟାକ୍‌ କରିବେ।

ଶୁକ୍ରବାର ଟି-୨୦ ମ୍ୟାଚ୍‌ରେ ବିରାଟ ଓ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୮୬ ରନ୍ କରିଥିବା ବେଳେ ଇଣ୍ଡିଜ୍ ଟିମ୍ ୧୭୮ରେ ଅଟକି ଯାଇଥିଲା। ମ୍ୟାଚ୍ ସହ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଆଗୁଆ ୨-୦ରେ ଜିତି ନେଇଛି। ଆସନ୍ତାକାଲି ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତ ସିରିଜ୍ ଜିତି ସାରିଥିବାରୁ ବିସିସିଆଇ ୱାର୍କଲୋଡ ହ୍ରାସ କରିବା ପାଇଁ ପନ୍ତ ଓ କୋହଲିଙ୍କୁ ଛୁଟିରେ ପଠାଇଛି।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଭାରତ ସିରିଜ୍‌ ଜିତି ସାରିଥିବାରୁ ବିରାଟ ଓ ପନ୍ତଙ୍କୁ ଛୁଟି ମିଳିଛି। ଉଭୟ ଆଜି ସକାଳୁ ବବଲ୍ସ ଛାଡ଼ି ଘରକୁ ଯାଇଛନ୍ତି। ୱାର୍କଲୋଡ ମ୍ୟାନେଜମେଣ୍ଟ ଓ ମାନସିକ ସ୍ଥିତିରେ ସନ୍ତୁଳନ ଆଣିବାକୁ ବିସିସିଆଇ ସବୁ ଫର୍ମାଟରେ ଖେଳୁଥିବା କ୍ରିକେଟରଙ୍କୁ ନିୟମିତ ଛୁଟିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ପନ୍ତ ଓ ବିରାଟ ଛୁଟି ପାଇଛନ୍ତି।”

Cricket IND Vs SL Test Series
Advertisment
Advertisment