Advertisment

ଟିମ୍‌ ଇଣ୍ତିଆ ଟେଷ୍ଟ ଟିମ୍‌ର ମଙ୍ଗ ଧରିବେ ରୋହିତ

ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

author-image
Otv Khabar Bureau
Rohit Sharma

Rohit Sharma

ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ବିରାଟ କୋହଲି ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ନେତୃତ୍ୱ ଛାଡିବା ପରେ ଟେଷ୍ଟ ଟିମ୍‌ର କ୍ୟାପଟେନ୍ କାହାକୁ କରାଯିବ ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Advertisment

ତେବେ ଏ ସବୁକୁ ବିରାମ ଲଗାଇ ବିସିସିଆଇ ରୋହିତଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସେହିପରି ଫାଷ୍ଟ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ଟେଷ୍ଟ ଓ ଟି-ଟ୍ଵେଣ୍ଟି ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଆହତ କାରଣରୁ କେ.ଏଲ ରାହୁଲ ଓ ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ଉଭୟ ଟେଷ୍ଟ ଓ ଟିଟ୍ଵେଣ୍ଟି ଦଳରେ ସାମିଲ କରାଯାଇନାହିଁ । ତେବେ ବଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଫର୍ମରେ ନ ଥିବା ଭେଟେରାନ୍ ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଟିମ୍‌ରୁ ବାଦ୍ ଦିଆଯାଇଛି । ଉଭୟଙ୍କୁ ରଣଜୀ ଟ୍ରଫି ଖେଳିବାକୁ କୁହାଯାଇଛି ।

ସେହିପରି ଅନ୍ୟତମ ଦୁଇ ବରିଷ୍ଠ ଖେଳାଳି ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଓ ୱିକେଟକିପର ରିଦ୍ଧିମାନ ଶାହାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ନାହିଁ । ସେପଟେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଉଭୟ ଟେଷ୍ଟ ଓ ଟିଟ୍ଵେଣ୍ଟି ଦଳକୁ ଫେରିଛନ୍ତି । ତାଙ୍କ ସହ ଓ୍ୱିକେଟକିପର୍ ସଞ୍ଜୁ ସାମସନ୍ ମଧ୍ୟଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ବିରାଟ କୋହଲି ଓ ରିଷଭ ପନ୍ଥଙ୍କୁ ଶ୍ରୀଲଙ୍କା ବିପକ୍ଷ ଟିଟ୍ୱେଣ୍ଟି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । ସେମାନେ ଆସନ୍ତାକାଲି କୋଲକତାରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟିଟ୍ୱେଣ୍ଟିରେ ମଧ୍ୟ ଖେଳିବେ ନାହିଁ ।

Advertisment

ଚଳିତ ମାସ ୨୪ ତାରିଖରୁ ଶ୍ରୀଲଙ୍କାର ଭାରତ ଗସ୍ତ ଆରମ୍ଭ ହେଉଛି । ଏହି ଗସ୍ତରେ ଶ୍ରୀଲଙ୍କ ୩ଟି ଟି-ଟ୍ୱେଣ୍ଟି ସହ ୨ଟି ଟେଷ୍ଟ ମ୍ୟାଚ ଖେଳିବ ଟିମ ଇଣ୍ତିଆ।

ଟିମ୍ ଇଣ୍ତିଆ: ରୋହିତ ଶର୍ମା (କ୍ୟାପ୍ଟେନ୍), ମୟଙ୍କ୍‌ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରୀ, ଶୁଭମାନ ଗିଲ, ଋଷଭ ପନ୍ତ (ୱେକେଟ୍ କିପର୍), କେ.ଏସ୍ ଭରତ (ୱେକେଟ୍ କିପର୍), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍ରା (ଉପ-ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

Cricket IND Vs SL Test Series
Advertisment
Advertisment