Advertisment

ମାଷ୍ଟର୍‌ ବ୍ଲାଷ୍ଟର୍‌ଙ୍କୁ ବିରାଟ୍‌ଙ୍କ ନିଆରା ଉପହାର; କାନ୍ଦି ପକାଇଲେ ସଚିନ୍, ଜାଣନ୍ତୁ..

ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍‌ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।

author-image
Otv Khabar Bureau
Sachin and Virat

Sachin and Virat

କ୍ରିକେଟ୍‌ର ଭଗବାନ କହିଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ୍ ତେନ୍ଦୁଲକର୍‌ଙ୍କୁ ବୁଝାଏ । ବିଶ୍ୱର ପ୍ରାୟ ସବୁ କ୍ରିକେଟ୍‌ ଖେଳାଳୀ ତାଙ୍କୁ ଅନୁସରଣ କରିଥିବାର ଦେଖିବାକୁ ମିଳିଥାଏ। ଟିମ୍ ଇଣ୍ତିଆର ପୂର୍ବତନ କ୍ୟାପ୍‌ଟେନ୍ ବିରାଟ୍ କୋହଲି ମଧ୍ୟ ତାଙ୍କୁ ଅନୁସରଣ କରନ୍ତି ବୋଲି ସ୍ପଷ୍ଟ କହିସାରିଛନ୍ତି । ଅନେକ ସମୟରେ ଦୁହିଁଙ୍କୁ ତୁଳନା କରିଥାନ୍ତି କ୍ରିକେଟ୍ ପ୍ରେମୀ। କିନ୍ତୁ ଦୁହେଁ ଭାରତ ପାଇଁ ଅନେକ ଗୌରବ ଆଣିଛନ୍ତି। ବିରାଟ୍ ସଚିନ୍‌ ଦୁହେଁ ପରସ୍ପରକୁ ବେସ୍ ସମ୍ମାନ୍ ମଧ୍ୟ କରିଥାନ୍ତି।

Advertisment

ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍‌ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ। ନିକଟରେ ଗ୍ରାହାମ ବେନସିଙ୍ଗରଙ୍କ ସହ ଏକ ସାକ୍ଷାତକାରରେ ସଚିନ ନିଜର ଓ ବିରାଟଙ୍କ ସହ ଏକ ଭାବନାତ୍ମକ ମୁହୂର୍ତ୍ତ ଶେୟାର୍ କରିଛନ୍ତି। ସଚିନ୍ ଭାରତ ପକ୍ଷରୁ ନିଜର ଶେଷ ମ୍ୟାଚ୍‌ର କିଛି ଅଭୁଲା ଘଟଣା ଏହି ସାକ୍ଷାତକାରରେ କହିଛନ୍ତି। ମ୍ୟାଚ୍ ପରେ ସଚିନ୍ ଡ୍ରେସିଂ ରୁମରେ ମନଦୁଃଖରେ ବସିଥିଲେ। ସେହି ସମୟରେ ବିରାଟ୍ ଡ୍ରେସିଂ ରୁମକୁ ଆସି ସଚିନଙ୍କୁ ଏମିତି ଏକ ଉପହାର ଦେଇଥିଲେ, ଯାହା ଦୁଇ ମହାନ୍ ଖେଳାଳିଙ୍କ ପାଇଁ ବହୁ ମୂଲ୍ୟବାନ୍ ଥିଲା।

ସଚିନ ଏହି ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି। ସଚିନ୍ କହିଛନ୍ତି ଯେ, ‘ମୁଁ ଗୋଟିଏ କୋଣରେ ଚୁପଚାପ୍ ବସିଥିଲି। ମୋ ମୁଣ୍ଡରେ ଟାୱେଲ୍ ଥିଲା, ମୁଁ ବହୁତ ଭାବବିହ୍ୱଳ ହୋଇପଡ଼ିଥିଲି ଏବଂ ସେହି ସମୟରେ ବିରାଟ୍ ମୋ ପାଖକୁ ଆସିଲେ। ବିରାଟ୍ ମୋତେ ଏକ ହାତରେ ବନ୍ଧା ଯାଉଥିବା ସୂତା ଦେଇଥିଲେ, ଯାହା ତାଙ୍କୁ ତାଙ୍କର ପିତା ଦେଇଥିଲେ’।

Advertisment

ବିରାଟଙ୍କ ଏହି ଉପହାର ସଚିନଙ୍କ ଆଖିରେ ଲୁହ ଭରିଦେଇଥିଲା। ଏ ନେଇ ସଚିନ୍ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏହି ସୂତାକୁ ନିଜ ପାଖରେ ରଖିଲି ଏବଂ ପୁଣି ବିରାଟଙ୍କୁ ଫେରାଇ ଦେଲି। ମୁଁ ତାଙ୍କୁ କହିଲି ଯେ ଏହା ବହୁତ ମୂଲ୍ୟବାନ୍ ଏବଂ ଏହା ଆଉ କାହା ପାଖରେ ନୁହେଁ ବରଂ କେବଳ ତୁମ ପାଖରେ ରହିବା ଦରକାର। ଏହା ତୁମର ଓ ଶେଷ ନିଶ୍ୱାସ ଯାଏ ତୁମ ପାଖରେ ରହିବ।

ସେହିପରି ବେନସିଙ୍ଗର୍ ଏକ ଅଲଗା ସାକ୍ଷାତକାରରେ ବିରାଟଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ଜବାବରେ କୋହଲି କହିଥିଲେ, ଆମେ ସାଧାରଣତଃ ରିଷ୍ଟରେ ସୂତା ବାନ୍ଧିଥାଉ। ଭାରତରେ ଅଧିକାଂଶ ଲୋକେ ଏମିତି କରିଥାନ୍ତି। ସେଥିପାଇଁ ମୋ ବାପା ନିଜେ ପିନ୍ଧୁଥିବା ଏକ ସୂତାକୁ ମୋତେ ଦେଇଥିଲେ। ମୁଁ ଏହାକୁ ନିଜ ବ୍ୟାଗରେ ରଖୁଥିଲି। ଆଉ ଏହା ମୋ ଜୀବନର ସବୁଠାରୁ ମୂଲ୍ୟବାନ୍ ଜିନିଷ।

ବିରାଟ୍ କହିଲେ ଯେ, ମୋ ପିତା ମୋତେ ଏହି ସୂତା ଦେଇଥିଲେ ଏବଂ ତେଣୁ ମୁଁ ଭାବିଲି ଏହାଠାରୁ ମୂଲ୍ୟବାନ୍ ଜିନିଷ ତାଙ୍କୁ (ସଚିନ୍) ଦେଇପାରିନଥାନ୍ତି। ସେ ଆମକୁ କେତେ ପ୍ରେରିତ କରିଛନ୍ତି ଏବଂ ଆମ ଜୀବନରେ ତାଙ୍କର ମହତ୍ତ୍ୱ କ’ଣ, ମୁଁ ତାଙ୍କୁ କହିବାକୁ ଚାହୁଁଥିଲି। ସେଥିପାଇଁ ମୋ ପକ୍ଷରୁ ତାଙ୍କ ପାଇଁ ଏହି ଛୋଟିଆ ଉପହାର ଥିଲା।

ଏହି ଭିଡିଓରେ ସଚିନଙ୍କୁ ପଚରା ଯାଇଥିଲା ଯେ ବିରାଟ୍ ଓ ତାଙ୍କ ମଧ୍ୟରୁ କିଏ ଉନ୍ନତ ବ୍ୟାଟର୍। ସଚିନ୍ ମଧ୍ୟ ନିଜର ଚିରାଚରିତ ଢଙ୍ଗରେ ଏହାର ଜବାବ ଦେଇଥିଲେ। ସଚିନ ଜବାବରେ କହିଥିଲେ ଯେ ଯଦି ଆମ ଦୁଇ ଜଣଙ୍କୁ ଗୋଟିଏ ଟିମରେ ରଖାଯିବ।

Virat Kohli Sachin Tendulkar Cricket
Advertisment
Advertisment