• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତ- ୱେଷ୍ଟିଇଣ୍ତିଜ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ରୋହିତ ଶର୍ମାଙ୍କ ଦମଦାର କ୍ୟାପ୍ଟେନସିପ୍ ବଳରେ ଟିମ୍ ଇଣ୍ତିଆ ୧-୦ ରେ ସିରିଜରେ ଆଗୁଆ ରହିଛି । ଏହି ମ୍ୟାଚ୍‌ରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ୪୦ ରନ୍‌ର ଦମଦାର ଇନିଂସ ଦେଖିବାକୁ ମିଳିଥିଲା । ଟିମ୍ ଇଣ୍ତିଆ ୬ ୱିକେଟ୍ ବଳରେ ୱେଷ୍ଟଇଣ୍ତିଜ୍ ଟିମକୁ ଧରାସାୟୀ କରିଥିଲା ।

ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତ- ୱେଷ୍ଟଇଣ୍ତିଜ୍ ପ୍ରଥମ ମ୍ୟାଚ୍‌ରେ ହିଁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ପିନ୍ ବୋଲର୍‌ ୟୁଜିଭେନ୍ଦ୍ର ଚାହଲ୍‌ଙ୍କ ସହ ମଜାମସ୍ତି କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ରୋହିତ୍ ଚାହଲ୍‌ଙ୍କୁ ଦାନ୍ତ ନ ଦେଖାଇବା ପାଇଁ କହୁଥିବାର ଶୁଣିବାକୁ ମିଳିଛି । ତେବେ ରୋହିତ ଚାହଲ୍‌ଙ୍କୁ ଏପରି କାହିଁକି କହିଲେ ତାହା ପ୍ରଶ୍ନବାଚୀ ରହିଛି । ବାସ୍ତବରେ ୱେଷ୍ଟଇଣ୍ତିଜ ଇନିଂସର ୧୫ ତମ ଓଭର ଚାହଲ୍‌ ବୋଲିଂ କରୁଥିଲେ। ଏହି ସମୟରେ ସେ ନିଜ ସ୍ପିନ୍ ବୋଲିଂ ଦ୍ୱାରା କ୍ୟାପ୍ଟେନ୍ ପୋଲାର୍ଡଙ୍କୁ ହଇରାଣ କରୁଥିବାର ଦେଖିବାକୁ ମିଳିଥିଲା । ପୋଲାର୍ଡ ଚାହଲଙ୍କ ପ୍ରଥମ ବଲ୍‌ରେ ବହୁକଷ୍ଟରେ ୧ ରନ୍ ନେଇ ନନ୍‌ଷ୍ଟ୍ରାଇକର୍ ଏଣ୍ତରେ ପହଞ୍ଚିଥିଲେ, ଏହାପରେ ଚାହଲ ପୋଲାର୍ଡଙ୍କୁ ଅନାଇ ହସୁଥିବାର ଦେଖିବାକୁ ମିଳିଥିଲା ।

 

ରୋହିତ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ବେଳେ ଚାହଲଙ୍କୁ ବଡ ପାଟିରେ କହିଲେ ଯେ, ଦାନ୍ତ ଦେଖା ନାହିଁ, ‘ବରଂ ବୋଲିଂ କର’। ରୋହିତଙ୍କ ଏହି କଥାଟି ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିଲା । ରୋହିତଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ କେବଳ ଚାହଲ୍‌ଙ୍କ ଶ ନୁହେଁ ବରଂ ଟିମ୍‌ର ଅନ୍ୟ ଖେଳାଳିଙ୍କ ସହ ମଧ୍ୟ ମଜାମସ୍ତି କରୁଥିବାର ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚ୍‌ରେ ଟସ୍ ଜିତି ଅତିଥି ୱେଷ୍ଟଇଣ୍ତିଜ୍ ୭ ୱିକେଟ୍‌ରେ ମୋଟ୍ ୧୫୭ ରନ କରିଥିଲା । ୱେଷ୍ଟଇଣ୍ତିଜ ପକ୍ଷରୁ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ନିକୋଲାସ୍‌ ପୁରନ୍ ସର୍ବାଧିକ ୬୧ ରନ୍ କରିଥିଲେ । ଟିମ୍ ଇଣ୍ତିଆ ପାଇଁ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଏବଂ ହର୍ଷଲ ପଟେଲ୍ ଦୁହେଁ ଦୁଇଟି ଲେଖାଏଁ ୱେକେଟ୍ ନେଇଥିଲେ ।

ଜବାବରେ ଟିମ୍ ଇଣ୍ତିଆ ୧୮.୫ ଓଭର୍‌ରେ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ଭାରତ ପକ୍ଷରୁ କ୍ୟାପ୍ଟେନ୍ ରୋହିତ ଶର୍ମା ୧୯ ବଲ୍‌ରେ ୪୦ ରନ୍, ଇଶାନ୍ କିଶାନ୍ ୩୫ ରନ୍, ସୂର୍ଯ୍ୟକୁମାର ଯାଦବ ୩୪ ଓ ଭେଙ୍କେଟସ୍ ଅୟର୍ ୨୪ ରନ୍‌ଅର ଇନିଂସ ଖେଳିଥିଲେ ।