• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଲକାତାରେ ସୂର୍ଯ୍ୟ କୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ । ତୃତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍‌ ହରାଇ ୧୮୪ ରନ୍‌ ସଂଗ୍ରହ କରିଥିବା ବେଳେ ୩୧ଟି ବଲ୍‌ରେ ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ୬୫ ରନ୍ ସମସ୍ତଙ୍କ ମନ ଜିଣିଛି । ଅନ୍ୟପଟେ ୧୯ଟି ବଲ ଖେଳି ଭେଙ୍କଟେଶ ଆୟର ଦମ୍‌ଦାର ୩୫ ରନ୍ କରିଥିବା ବେଳେ ଅପରାଜିତ ରହିଛନ୍ତି । କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।

ହେଲେ ଆରମ୍ଭରୁ ୱେଷ୍ଟଇଣ୍ଡିଜ୍‌ର ପ୍ରଦର୍ଶନ ଖରାପ ରହିଛି । ୮ ଓଭର ଚାଲିଥିବା ବେଳେ ଦଳରୟ ସ୍କୋର ୭୭ ରନ୍‌ ରହିଛି ଏବଂ ସବୁଠାରୁ ବଡ଼ କଥା ହେଲା ଦଳ ମୂଲ୍ୟବାନ ୩ଟି ୱିକେଟ୍‌ ହରାଇ ସାରିଛି ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ମାତ୍ର ୩୧ ବଲରେ ୧ ଚୌକା ଓ ୭ ଛକା ସହ ୬୫ ଓ ଭେଙ୍କଟେଶ ଆୟର୍ ୧୯ ବଲରେ ୪ ଚୌକା ଓ ୨ ଛକା ସହ ୩୫ ରନ୍ କରି ଅପରାଜିତ ରହିଛନ୍ତି । ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜକୁ ସମ୍ମାନ ରକ୍ଷା ପାଇଁ ୧୮୫ ରନ୍ କରିବାକୁ ପଡ଼ିବ ।

ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡ (୪)ଙ୍କ ୱିକେଟ୍ ହରାଇଥିଲା । ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିକୁ ଆଣିଥିଲେ । ଶ୍ରେୟସ୍‌ ୧୬ ‍ଲରେ ୨୫ (୪ ଚୌକା) ରନ୍ କରିଥିଲେ । ଈଶାନ୍ ଆତ୍ମବିଶ୍ୱାସ ହରାଇ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ରୋଷ୍ଟନ୍ ଚେଜ୍ ତାଙ୍କ ୱିକେଟ୍‌ ନେଇଥିଲେ ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ । ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ କରିଥିଲେ । ୯୩ ରନ୍‌ରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲା ।

କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ । ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ।