ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ ହକି ଶନିବାର ଆରମ୍ଭ ହୋଇଛି। ଅନ୍ତିମ ମିନିଟ ଗୋଲ ବଳରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିବା ବେଳେ ପୁରୁଷ ଦଳ ୧-୩ରେ ସ୍ପେନ ନିକଟରୁ ପରାଜିତ ହୋଇଛି।
ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ଚାମ୍ପିୟନ୍ସ ଟ୍ରଫିରୁ ବୁମରା ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ବିସିସିଆଇ ହର୍ଷିତ ନାଁ ଘୋଷଣା କରିଛି ।
ଫାଫ ଡୁପ୍ଲେସି ବିଗତ ସଂସ୍କରଣରେ ଅଧିନାୟକ ରହିଥିବା ବେଳେ ଚଳିତ ମେଗା ଅକ୍ସନରେ ତାଙ୍କୁ କୌଣସି ଦଳ କିଣି ନ ଥିଲେ। ଅନ୍ୟ ପକ୍ଷରେ କୋହଲି ଆଉଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ନେଇ ରିପୋର୍ଟ ମଧ୍ୟ ଆସିଥିଲା। ତେବେ ଗୁରୁବାର ଏହି ସସପେନ୍ସ ଉପରୁ ପରଦା ଉଠାଇଛି ଆରସିବି ମ୍ୟାନେଜମେଣ୍ଟ।
Cricket: ରିଜୱାନ-ସଲମାନଙ୍କ ବିଶ୍ୱ ରେକର୍ଡ
ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆକୁ ୧୪୨ ରନରେ ଜିତି ନେଇଛି ଭାରତ। ଏହା ସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଜିତିବା ସହିତ କ୍ଲିନ ସୁଇପ କରିଛି ଭାରତ। ଅହମଦାବାଦରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନରେ ଅଲଆଉଟ ହୋଇଥିଲା।
ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।
କ୍ରିକେଟରେ ରନର ପିଛା କରିବା ଏକ କଷ୍ଟକର କାମ। ଅନେକ ଖେଳାଳି ଏଥିରେ ଚାପର ବଶବର୍ତ୍ତୀ ହୋଇଥାନ୍ତି। ଆସନ୍ତୁ ନଜର ପକାଇବା ୫ ଖେଳାଳିଙ୍କ ଉପରେ ଯେଉଁମାନେ ଚେଜ କରିବାରେ ସଫଳତା ହାସଲ କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।
ଟିକେଟ ବ୍ଲାକ ମାର୍କେଟକୁ ନେଇ ମଧ୍ୟ କ୍ରିକେଟ ପ୍ରେମୀ ଓସିଏର ପରିଚାଳନାକୁ ଦାୟୀ କରିଛନ୍ତି। ବାରବାଟୀ ଷ୍ଟାଡିୟମର ୪୫ ହଜାର ଟିକେଟ ଥିବା ବେଳେ ଅଧା ଟିକେଟ ପାସ ଦେବା ନାଁରେ କଳାବଜାରୀ କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଖେଳ ପ୍ରେମୀ ଦାବି କରିଛନ୍ତି।
ଇଂଲଣ୍ଡ ବିପକ୍ଷ ସିରିଜରେ ଶାମି ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଗୁଡିକରେ ଶାମିଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଖେଳାଳି।
ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ କମିଟି ରହିଛି । ଏହି କମିଟି ଖେଳ ପୂର୍ବରୁ କେବଳ ଲାଇଟ୍ ଜଳାଇ ଟେଷ୍ଟ କରିଥିଲା ନା ଅନ୍ୟାନ୍ୟ ବିଷୟର ବି ଯାଞ୍ଚ କରିଥିଲା ନା କର୍ମଚାରୀଙ୍କ ଉପରେ ସବୁ କିଛି ଛାଡି ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । କେଉଁଠି ରହିଲା ଭୁଲ୍ ?
BCCI, OCA ଉପରେ କାର୍ଯ୍ୟାନୁଷ୍ଠାନ ନେଉ । ଏତେ ବଡ ଅଘଟଣ ପାଇଁ ଉଭୟ ଓସିଏ ଓ କ୍ରୀଡା ମନ୍ତ୍ରୀ ଦାୟୀ । କ୍ରୀଡା ମନ୍ତ୍ରୀ ୪, ୪ ଥର ସମୀକ୍ଷା କଲେ । ଓଡିଶା ଏବେ ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି ।
ଲାଇଟ୍ ଲିଭିଲା, ବାଜି ଉଠିଲା ଛି.. ଛି.. ଛିରେ ନନୀ ଗୀତ। ପଡ଼ିଆରେ ଥାଇ ହଠାତ୍ ରାଗି ନିଆଁ ହୋଇ ଯାଇଥିଲେ ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା। ଆଉ ତାପରେ ଯାହା ଇସାରା ଦେଲେ, ତାହାକୁ ଦେଖି ହତବାକ୍ ହୋଇ ଯାଇଥିଲେ ସଙ୍ଗୀତ ଓ କ୍ରିକେଟ୍ ପ୍ରେମୀ…
ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା ।
ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା ।
ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍ । ହୋଟେଲ୍ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍ ।
ଷ୍ଟାର କପୁଲ ଭାବେ ଜଣାଶୁଣା ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କ ଆଧ୍ୟାତ୍ମିକତା ଆଡକୁ ଯାତ୍ରା ମଧ୍ୟ ବେଶ ଲୋକପ୍ରିୟ।
ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା।
ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚ ଅଧାରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ନୋଟିସ ଜାରି କରିଛି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ।
ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରିବୁ ବୋଲି କହିଛନ୍ତି।
ବ୍ୟାଟିଂ କରୁଥିଲା ଇଣ୍ଡିଆ । ବାରବାଟୀରେ କଟିଲା ଲାଇଟ୍ । ବରକ୍ତ ହେଲେ ରୋହିତ । ଅଟକିଗଲା ମ୍ୟାଚ୍ । ଫେରିଗଲେ ଖେଳାଳି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମରେ ଏପରି ଅବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।