Advertisment

Champions Trophy: ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁବାଇ ଅଭିମୁଖେ ଟିମ ଇଣ୍ଡିଆ

ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
india

india

ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ରୋହିତ ଶର୍ମାଙ୍କୁ ବ୍ୟକ୍ତିଗତ କାରରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ଦେଖିବାକୁ ମିଳିଥିଲା।

Advertisment

ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଶନିବାର ଦୁବାଇ ଯାତ୍ରା କରିଥିବା ଭାରତୀୟ ଦଳରେ ହେଡ୍ କୋଚ୍ ଗମ୍ଭୀର, ଅଧିନାୟକ ରୋହିତ, ବିରାଟ କୋହଲି, ଓ୍ଵାଶିଂଟନ ସୁନ୍ଦର, କେଏଲ ରାହୁଲ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଦ୍ରୁତ ବୋଲର ଅର୍ଶଦୀପ ସିଂ, ରବୀନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ଋଷଭ ପନ୍ତ, କୁଲଦୀପ ଯାଦବ ଓ ହର୍ଷିତ ରାଣା ପ୍ରମୁଖ ସାମିଲ ଥିଲେ।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଫେବୃଆରୀ ୧୯ରେ କରାଚିରେ ଖେଳାଯିବ। ୨୦ ତାରିଖରେ ଭାରତ ବାଂଲାଦେଶ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ ନିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମରୁ ଟିମ ଇଣ୍ଡିଆ ଖେଳିବାକୁ ଯିବା ପାଇଁ ମନା କରିବା ପରେ ଟୁର୍ନାମେଣ୍ଟ ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ ରାଜି ହେବା ପରଠାରୁ ଏହି ଆଶଙ୍କା ଦୂର ହୋଇଥିଲା। ଅନ୍ୟ ସମସ୍ତ ଦଳ ପାକିସ୍ତାନରେ ସେମାନଙ୍କ ମ୍ୟାଚ ଖେଳିବେ। ଅନ୍ୟ ପକ୍ଷରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ୟୁଏଇରେ ଖେଳି।

ପାକିସ୍ତାନର ୩ ଭେନ୍ୟୁରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦ୍ଦାଫି ଷ୍ଟାଡିୟମ ଓ କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତର ସମସ୍ତ ମ୍ୟାଚ ଖେଳାଯିବ। ସରକାରଙ୍କ ପକ୍ଷରୁ କ୍ଲିଅରାନ୍ସ ନ ମିଳିବାରୁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯାଇ ନଥିଲା।

ଭାରତୀୟ ଦଳ: 

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏଲ ରାହୁଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ।

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

Team India Pakistan Dubai International Cricket Stadium
Advertisment
Advertisment