Advertisment

Barabati Stadium Flood Light Issue: କଟିଲା କଟକରେ, ଚର୍ଚ୍ଚା ପାକିସ୍ତାନରେ

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Pakistani Fans Troll BCCI After Cuttack Barabati Stadium Floodlight Failure

BCCI

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। କ୍ଲବ ଟାୱାର ନିକଟସ୍ଥ ଫ୍ଲଡ ଲାଇଟ ବନ୍ଦ ହୋଇ ଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ବାରବାଟୀ ଷ୍ଟାଡିୟମ ଓ ଓଡ଼ିଶାର ଭାବମୂର୍ତ୍ତି ଖରାପ କରିଥିଲା।

Advertisment

ତେବେ କେବଳ ଦେଶ ମଧ୍ୟରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ଘଟଣାକୁ ନେଇ ପାକିସ୍ତାନୀ କ୍ରିକେଟ ଫ୍ୟାନ ମାନେ ବିସିସିଆଇର ମଜା ଉଡାଇ ଟ୍ରୋଲ କରିଥିଲେ। ନିକଟରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଆସିଥିଲା। ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ସମୟରେ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର ଆହତ ହୋଇଥିଲେ। କ୍ୟାଚ ଧରିବାକୁ ଯାଉଥିବା ବେଳେ ଫ୍ଲଡ ଲାଇଟ କାରଣରୁ ତାଙ୍କ ମୁଣ୍ଡରେ ବଲ ବାଜି ସେ ଆହତ ହୋଇଥିଲେ।

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳା ଯାଉଥିଲା। ଆସନ୍ତା ଚାମ୍ପିୟନ୍ସ ଟ୍ରଫିର ଭେନ୍ୟୁ ମଧ୍ୟରୁ ଏହା ଅନ୍ୟତମ। ଏହି ଭେନ୍ୟୁର ଫ୍ଲଡ ଲାଇଟ ଚୀନରୁ ଆମଦାନୀ କରାଯାଇଥିବା ବେଳେ ଏହାକୁ ସମାଲୋଚନା କରାଯାଇଥିଲା। ତେବେ ରବିବାର ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ ସମସ୍ୟ ଦେଖା ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପରିବର୍ତ୍ତେ ସମସ୍ତେ ବିସିସିଆଇକୁ ଟ୍ରୋଲ କରିବାରେ ଲାଗିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

ରୋହିତ ଶର୍ମାଙ୍କ ଧୂଆଁଧାର ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡେଜାଙ୍କ ଯାଦୁଗରୀ ସ୍ପିନ ବଳରେ ବାରବାଟୀରେ ୪ ୱିକେଟରେ ବିଜୟୀ ହୋଇଥିଲା ଭାରତ। ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ମ୍ୟାଚ୍ ଜିତିବା ସହ ଆଗୁଆ ୨-୦ରେ ସିରିଜ କବଜା କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଇଂଲିଶ ବାହିନୀ ୩୦୪ ରନ୍ କରିଥିଲା। ଜବାବରେ ହାତରେ ୨୭ ବଲ୍ ବାକି ଥାଇ ୬ ୱିକେଟ ହରାଇ ଟାର୍ଗେଟ ପୂରା କରିଥିଲା ଭାରତ। କ୍ୟାପଟେନ୍ ରୋହିତ ଶର୍ମା ବହୁ ଦିନ ପରେ ଫର୍ମକୁ ଫେରିବା ସହ ବିସ୍ଫୋରକ ସେଞ୍ଚୁରୀ ମାରିଥିଲେ। ୯୦ ବଲ ଖେଳି ୭ଟି ଛକା ଓ ୧୨ ଚୌକା ବଳରେ ରୋହିତ କ୍ୟାରିୟରର ୩୨ତମ ଶତକ ହାସଲ ସହ ସ୍କୋର କରିଥିଲେ ୧୧୯ ରନ୍। ସେହିପରି ଶୁବମନ୍ ଗିଲ୍ ୬୦, ଶ୍ରେୟସ ଆୟାର ୪୪, ଅକ୍ଷର ପଟେଲ୍ କରିଥିଲେ ଅପରାଜିତ ୪୧ ରନ୍। ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ମ୍ୟାଚ ପରେ ସୋସିଆଲ ମିଡିଆରେ ବିସିସିଆଇକୁ ଟ୍ରୋଲିଙ୍ଗ ଆରମ୍ଭ ହୋଇଯାଇଥିଲା। ଜଣେ ୟୁଜର ଖରାପ ଫ୍ଲଡ ଲାଇଟର ଫଟୋ ଶେୟାର କରି ଲେଖିଥିଲେ ବିସିସିଆଇକୁ କେହି ଜଣେ ଇଲେକ୍ଟ୍ରିସିଆନଙ୍କ ନମ୍ବର ଦିଅ। ଏହା ଉପରେ ଜଣେ ପାକିସ୍ତାନୀ କମେଣ୍ଟ କରିଥିଲେ ବିସିସିଆଇକୁ ପାକିସ୍ତାନ କିଛି ପୁରୁଣା ଫ୍ଲଡ ଲାଇଟ ଦାନ କରିବା ଉଚିତ।

ବିଶ୍ବର ଧନୀ କ୍ରିକେଟ ବୋର୍ଡ ହୋଇଥିଲେ ମଧ୍ୟ ବିସିସିଆଇ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ଜଣେ ୟୁଜର ଲେଖିଛନ୍ତି। ଗତକାଲି ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମକୁ ସମସ୍ତେ ସମାଲୋଚନା କରୁଥିବା ବେଳେ ଏହାକୁ ନେଇ କାହିଁକି ନୀରବ ବୋଲି ପ୍ରଶ୍ନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକଭୀଙ୍କୁ ଟ୍ୟାଗ କରି ଆଉ ଜଣେ ୟୁଜର ଲେଖିଥିଲେ ବିସିସିଆଇକୁ କିଛି ପଇସା ଦିଅ। ନଚେତ ଚୀନର ଫ୍ଲଡ ଳାଇଟ କିଛି ଦିଅ ବୋଲି ଜଣେ ୟୁଜର ଲଖିଥିଲେ।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

BCCI Barabati Stadium PCB
Advertisment
Advertisment