Advertisment

India-England Team: ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌

ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ ।

author-image
Sujit kumar Swain
ଅଦ୍ୟତନ ହୋଇଛି
India-England Team

India-England Team

ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଟିମ୍‌ । ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ । ୧୨ରେ ଅହମ୍ମଦାବାଦରେ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳିବେ । 

Advertisment

ଅନ୍ୟପଟେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। କ୍ଲବ ଟାୱାର ନିକଟସ୍ଥ ଫ୍ଲଡ ଲାଇଟ ବନ୍ଦ ହୋଇ ଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ବାରବାଟୀ ଷ୍ଟାଡିୟମ ଓ ଓଡ଼ିଶାର ଭାବମୂର୍ତ୍ତି ଖରାପ କରିଥିଲା।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

ତେବେ କେବଳ ଦେଶ ମଧ୍ୟରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ଘଟଣାକୁ ନେଇ ପାକିସ୍ତାନୀ କ୍ରିକେଟ ଫ୍ୟାନ ମାନେ ବିସିସିଆଇର ମଜାକ ଉଡାଇ ଟ୍ରୋଲ କରିଥିଲେ। ନିକଟରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଆସିଥିଲା। ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ସମୟରେ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର ଆହତ ହୋଇଥିଲେ। କ୍ୟାଚ ଧରିବାକୁ ଯାଉଥିବା ବେଳେ ଫ୍ଲଡ ଲାଇଟ କାରଣରୁ ତାଙ୍କ ମୁଣ୍ଡରେ ବଲ ବାଜି ସେ ଆହତ ହୋଇଥିଲେ ।

Advertisment

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳା ଯାଉଥିଲା। ଆସନ୍ତା ଚାମ୍ପିୟନ୍ସ ଟ୍ରଫିର ଭେନ୍ୟୁ ମଧ୍ୟରୁ ଏହା ଅନ୍ୟତମ। ଏହି ଭେନ୍ୟୁର ଫ୍ଲଡ ଲାଇଟ ଚୀନରୁ ଆମଦାନୀ କରାଯାଇଥିବା ବେଳେ ଏହାକୁ ସମାଲୋଚନା କରାଯାଇଥିଲା। ତେବେ ରବିବାର ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ ସମସ୍ୟ ଦେଖା ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପରିବର୍ତ୍ତେ ସମସ୍ତେ ବିସିସିଆଇକୁ ଟ୍ରୋଲ କରିବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

Bhubaneswar Airport Airport Barabati Stadium
Advertisment
Advertisment