virat

କ୍ରିକେଟର ବାସ୍ତବ ଫର୍ମାଟ ହେଉଛି ଟେଷ୍ଟ କ୍ରିକେଟ। ‍ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫୯୨୧ ରନ କରି ସବୁଠାରୁ ଆଗରେ ରହିଛନ୍ତି।

ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ରନ କରିଥିବା ୫ ବ୍ୟାଟରଙ୍କ ଉପରେ ଏକ ନଜର...

ଆଞ୍ଜେଲୋ ମାଥ୍ୟୁସ ଶ୍ରୀଲଙ୍କାର ଭେଟେରାନ ବ୍ୟାଟର ଆଞ୍ଜେଲୋ ମାଥ୍ୟୁସ ୩୭ ବର୍ଷ ବୟସରେ ୭୬୦୮ ରନ ସ୍କୋର କରିଛନ୍ତି।

କେନ୍ ୱିଲିୟମସନ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ୩୪ ବର୍ଷ ବୟସରେ ୮୭୪୩ ରନ ସ୍କୋର କରିଛନ୍ତି।

ବିରାଟ କୋହଲି ଭାରତୀୟ ସୁପରଷ୍ଟାର ବିରାଟ କୋହଲି ୩୫ ବର୍ଷରେ ପଦାର୍ପଣ କରିଥିବା ବେଳେ ୮୮୪୮ ରନ ସ୍କୋର କରିଛନ୍ତି।

ଷ୍ଟିଭ ସ୍ମିଥ ଅଷ୍ଟ୍ରଲିଆର କ୍ରିକେଟର ଷ୍ଟିଭ ସ୍ମିଥ ୩୫ ବର୍ଷ ବୟସରେ ୯୬୮୫ ଟେଷ୍ଟ ରନ ସ୍କୋର କରିଛନ୍ତି।

ଜୋ ରୁଟ ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଜୋ ରୁଟ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଏକମାତ୍ର ଖେଳାଳି ଭାବରେ ରୁଟ ୧୦ ହଜାର ରନ ଅତିକ୍ରମ କରିଛନ୍ତି। ବିଶ୍ବ ରେକର୍ଡରୁ ୩୮୯୫ ରନ ଦୂରରେ ଥିବା ରୁଟ ୧୨୦୨୭ ରନ କରିଛନ୍ତି।