Advertisment

Show Cause Notice To OCA: ଫ୍ଲଡ ଲାଇଟ ବନ୍ଦ ଘଟଣା, ୧୦ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ ସରକାର

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚ ଅଧାରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ନୋଟିସ ଜାରି କରିଛି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Show cause notice to OCA

Show cause

ବାରବାଟୀ ଷ୍ଟାଡିୟମରେଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚ ଅଧାରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ନୋଟିସ ଜାରି କରିଛି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ଏହି ଘଟଣା ସମୟରେ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।

Advertisment

ଏହି ଘଟଣାକୁ ନେଇ ଓସିଏକୁ ନୋଟିସ କରାଯିବା ବୋଲି କ୍ରୀଡାମନ୍ତ୍ରୀ ମ୍ୟାଚ ପରେ ସୂଚନା ଦେଇଥିଲେ।ଓଡ଼ିଶା ତଥା ବାରବାଟୀର ସମ୍ମାନ ଏହି ଘଟଣାରେ ମଳିନ ହୋଇଥିବା କହିଥିଲେ କ୍ରୀଡାମନ୍ତ୍ରୀ। ସୋମବାର ଏହି ଘଟଣାକୁ ନେଇ ଓସିଏକୁ ନୋଟିସ ଜାରି କରିଛି କ୍ରୀଡା ମନ୍ତ୍ରଣାଳୟ। ଏହା ସହିତ ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୩୦ ମିନିଟ ଯାଏ ଖେଳ ବନ୍ଦ ରହିଥିବା ବେଳେ କାହିଁକି ଏଭଳି ଘଟଣା ଘଟିଲା ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣା ପାଇଁ ଦାୟୀ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

Advertisment

କ୍ୟାପଟେନ୍ ରୋହିତ ଶର୍ମାଙ୍କ ଧୂଆଁଧାର ଶତକୀୟ ଇନିଂସ। ଜାଡେଜାଙ୍କ ଯାଦୁଗରୀ ସ୍ପିନ୍। ଗିଲଙ୍କ ଅର୍ଦ୍ଧଶତକ ସହ ଶ୍ରେୟସ ଆୟାର ଓ ଅକ୍ଷର ପଟେଲଙ୍କ ଲଢୁଆ ବ୍ୟାଟିଂ, ବାରବାଟୀରେ ଟିମ୍ ଇଣ୍ଡିଆକୁ ଦେଇଛି ବଡ଼ ବିଜୟ। ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ମ୍ୟାଚ୍ ଜିତିବା ସହ ଆଗୁଆ ୨-୦ରେ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ। ବାରବାଟୀରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଇଂଲିଶ ବାହିନୀ ୩୦୪ ରନ୍ କରିଥିଲା।

ଜବାବରେ ହାତରେ ୪ ଓଭର ୩ଟି ବଲ୍ ବାକି ଥାଇ ଟାର୍ଗେଟ ପୂରା କରିଥିଲା ଭାରତ। କ୍ୟାପଟେନ୍ରୋହିତ ଶର୍ମାବହୁ ଦିନ ପରେ ଫର୍ମକୁ ଫେରିବା ସହ ବିସ୍ଫୋରକ ସେଞ୍ଚୁରୀ ମାରିଥିଲେ। ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ବି ନେଲେ ରୋହିତ। ସେ କ୍ୟାରିୟରର ୩୨ତମ ଶତକ ହାସଲ କରିବା ସହ ୯୦ ବଲ ଖେଳି ୭ଟି ଛକା ଓ ୧୨ ଚୌକା ବଳରେ ରୋହିତ କରିଥିଲେ ୧୧୯ ରନ୍। ସେହିପରି ଶୁବମନ୍ ଗିଲ୍ ୬୦, ଶ୍ରେୟସ ଆୟାର ୪୪, ଅକ୍ଷର ପଟେଲ୍ କରିଥିଲେ ଅପରାଜିତ ୪୧ ରନ୍। ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏଥିସହ ବାରବାଟୀରେ ଲଗାତାର ଅଷ୍ଟମ ୱାନ ଡେ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଆସନ୍ତା ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ତୃତୀୟ ଦିନିକିଆ ମ୍ୟାଚ୍।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

Cuttack OCA Ind Vs Eng Ind Vs Eng 2nd ODI Barabati Stadium
Advertisment
Advertisment