ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।
ପ୍ରୋବା-୩ ସ୍ପେସ୍କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ ।
ଆଷ୍ଟ୍ରଏଡ୍ ଋଷର ଆକାଶରେ ବେଶ୍ କିଛି ସମୟ ଧରି ଦୃଶ୍ୟମାନ ହୋଇଥିଲା। ଆକାଶରେ ଏକ ଜ୍ୱଳନ୍ତ ଫାୟାର ବଲ୍ର ଭ୍ରମ ସୃଷ୍ଟି କରିଥିଲା।
ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।
୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଦେଶରେ କମ୍ୟୁନିକେଶନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ ।
ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।
ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।
ମେଡିସିନ୍ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍କୁନ୍ଙ୍କୁ ମିଳିଛି ।
ଧଳା ଭୂମୀରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି ।
ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ ।
ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।
ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ।
NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ ।
ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।
ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।
ଜହ୍ନରେ ଜନବସତି ସ୍ଥାପନ ପାଇଁ ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍।
ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।
ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । Y ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ ।
ରିଫ୍ଲେକ୍ଟ ଅର୍ବିଟାଲ'ନାମକ ଏକ ସୌରଶକ୍ତି ଗବେଷଣା ସଂସ୍ଥା ଦାବି କରିଛି ଯେ, ଅନ୍ଧକାର ପରେ ପୃଥିବୀର ଯେକୌଣସି ସ୍ଥାନରେ କିଛି ସମୟ ପାଇଁ ଦିନଭଳି କିରଣ ଯୋଗାଇପାରିବ ।
ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।
ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।
ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର।
ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।