• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଜହ୍ନରେ ଜନବସତି ସ୍ଥାପନ ପାଇଁ ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍। ରୁଷର ସରକାରୀ ଆଣବିକ ଶକ୍ତି ଉତ୍ପାଦନ ସଂସ୍ଥା ରସାଟମ୍ ମୁଖ୍ୟ ଆଲେକ୍ସି ଲିଖାଚେଭ୍ ଏହି ଘୋଷଣା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରୁଷର ଏହି ଲୁନାର୍ ପାୱାର ପ୍ରୋଜେକ୍ଟରେ ସହଯୋଗ ପାଇଁ ଭାରତ ଓ ଚୀନ୍ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି ।

ଏହି ପ୍ରକଳ୍ପରେ ଚନ୍ଦ୍ରପୃଷ୍ଠରେ ଏକ ଛୋଟ ନ୍ୟୁକ୍ଲିଅର୍ ପାୱାର୍ ପ୍ଲାଣ୍ଟ୍ ବା ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ତିଆରି କରାଯିବ । ଏଥିରେ ଅଧା ମେଗାୱାଟ୍ ବା ୫ଶହ କିଲୋୱାଟ୍ ଶକ୍ତି ଉତ୍ପାଦନ ହେବ, ଯାହାକି ଲୁନାର୍ ବେସ୍ ବା ଚନ୍ଦ୍ରରେ ଜନବସତିକୁ ବିଦ୍ୟୁତ ଯୋଗାଇବ । ୨୦୩୫ ଓ ୨୦୪୫ ମଧ୍ୟରେ ଚନ୍ଦ୍ରରେ ମିଳିତ ଭାବେ ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ଥିବା ପୂର୍ବରୁ ଘୋଷଣା କରିସାରିଛନ୍ତି ରୁଷ ଓ ଚୀନ୍ ।

ଏପଟେ ଭାରତ ମଧ୍ୟ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଲକ୍ଷ୍ୟ ରଖିଛି । ତେବେ ଚୀନ୍ ଓ ଭାରତ ମଧ୍ୟରେ ତିକ୍ତ ସଂପର୍କକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ଭାରତ କେତେ ଆଗ୍ରହ ଦେଖାଉଛି, ସେନେଇ କେନ୍ଦ୍ର ସରକାର କିମ୍ବା ଇସ୍ରୋ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଜହ୍ନରେ କେମିତି ମିଳିବ ବିଜୁଳି ?  
ଜହ୍ନରେ ଜନବସତି ସ୍ଥାପନ ପାଇଁ ଏହା ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ରୁଷର ଯୋଜନା କରିବା ପରେ ଏଥିପାଇଁ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍ ! ରୁଷର ସରକାରୀ ଆଣବିକ ଶକ୍ତି ଉତ୍ପାଦନ ସଂସ୍ଥା ରସାଟମ୍ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଚୀନ୍ ଆଗ୍ରହୀ ଥିବା ରସାଟାମ୍ ମୁଖ୍ୟ ସୂଚନା ଦେଇଛନ୍ତି । ବିଦ୍ୟୁତ୍ ଉତ୍ପାଦନ ପାଇଁ ଚନ୍ଦ୍ରପୃଷ୍ଠରେ ଏକ ଛୋଟ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ତିଆରି କରାଯିବ । ଏଥିରୁ ୫ଶହ କିଲୋୱାଟ୍ ବିଦ୍ୟୁତ ଉତ୍ପାଦନ କରି ଚନ୍ଦ୍ରରେ ଜନବସତିକୁ ଯୋଗାଇବଆକୁ ଲକ୍ଷ୍ୟ ରହିଛି ।
 

OTV is now on Whatsapp

Join and get latest news update delivered to you via whatsapp

Join Now