• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଦିନକୁ ଦିନ ଭୟଙ୍କର ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ବିଶ୍ୱ । ପୃଥିବୀ ପୃଷ୍ଠରେ ଭବିଷ୍ୟତରେ ପୁରୁଷଙ୍କୁ ଆଉ ଦେଖିବାକୁ ମିଳି ନପାରେ । ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । ଏହି ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ । ଜୀବ ବୈଜ୍ଞାନିକମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିବାବେଳେ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ରିସର୍ଚ୍ଚ ତଥ୍ୟ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରପୋର୍ଟ ଅନୁଯାୟୀ, Y Chromosome ଦିନକୁ ଦିନ ସମାପ୍ତ ହେଉଥିବାରୁ ପରବର୍ତ୍ତୀ ପିଢ଼ି କିପରି ଆଗକୁ ବଢ଼ିବ ସେନେଇ ଏବେ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏପରି ଆହ୍ୱାନଭରା ସମୟରେ ଏକ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସିଛି । ଜାତୀୟ ବିଜ୍ଞାନ ଏକାଡେମୀର ଏକ ରିପୋର୍ଟରେ (Proceedings of the National Academy of Science ) ପ୍ରକାଶିତ ରିସର୍ଚ୍ଚ ତଥ୍ୟ ଅନୁସାରେ ପୁରୁଷ ସୃଷ୍ଟିକାରୀ ଜିନ୍ ବିକାଶ ସମ୍ଭବ । ଜାପାନରେ ଏକ ସ୍ପାଇନି ରାଟ୍ ଏହାର Y କ୍ରୋମୋଜୋମ୍ ଅଦୃଶ୍ୟ ହେବାପରେ ଏକ ନୂତନ ପୁରୁଷ ସୃଷ୍ଟିକାରୀ ଜିନ୍ ବିକଶିତ କରିପାରିଛି । ଆଗାମୀ କିଛି ଲକ୍ଷ ବର୍ଷ ପରେ Y କ୍ରୋମୋଜୋମ୍ ବିଲୁପ୍ତ ହେବାର ସମ୍ଭାବନା ଥିବାରୁ  ମଣିଷର ଅସ୍ଥିତ୍ୱ ପାଇଁ ଏହି ନୂତନ ଆବିଷ୍କାର ନୂଆ ଆଶା ସଞ୍ଚାର କରିଛି ।

କ'ଣ ଏହି Y କ୍ରୋମଜୋମ ( ଗୁଣସୂତ୍ର ) ? 

Y କ୍ରୋମଜୋମ ଏପରି ଜିନ୍ ଯାହା ପୁରୁଷ ପ୍ରଜନନ ଟିସ୍ୟୁର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ପୁରୁଷ ଶରୀରରେ ଗୋଟିଏ X ଓ ଗୋଟିଏ Y କ୍ରୋମଜୋମ (XY) ରହିଥାଏ, ସେହିପରି ମହିଳାଙ୍କ ଶରୀରରେ ଦୁଇଟି X କ୍ରୋମଜୋମ୍ (XX) ରହିଥାଏ । X କ୍ରୋମଜୋମ୍ ଠାରୁ ଆକାରରେ ବହୁତ ଛୋଟ Y କ୍ରୋମଜୋମ ଓ କମ ପରିମାଣର ଜିନ୍ ଧାରଣ କରିଥାଏ ।

ମାଷ୍ଟର ସେକ୍ସ ଜିନ ଅନ୍ୟ ଜିନ୍ସଙ୍କୁ ଟେଷ୍ଟିସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଭ୍ରୁଣରେ ନିର୍ମିତ ହେଉଥିବା ଟେଷ୍ଟିସ ପୁରୁଷ ହରମୋନ ନିର୍ଗତ କରିଥାଏ । ଏହି କାରଣରୁ ହିଁ ପୁଅ ଜନ୍ମ ନେଇଥାନ୍ତି । ମାଷ୍ଟକର ସେକ୍ସ ଜିନ୍ସକୁ ସେକ୍ସ ରିଲିଜିଅନ ଅନ୍ ଦି ୱାଇ ବା ଏସଆରୱାଇ କୁହାଯାଇଥାଏ । ଅଧିକାଂଶ ସ୍ତନ୍ୟପାୟୀ ଜୀବଙ୍କଠାରେ ମଣିଷ ପରି X ଓ Y Chromosome ରହିଥାଏ । ସମସ୍ତ X Chromosome ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଜିନ୍ସ ରହିଥାଏ । ମାତ୍ର ୱାଇ ପାଖରେ ଶକ୍ତିଶାଳୀ ଏସଆରଇୱାଇ ସୁବିଧା ରହିଥାଏ ।

ପୁଅ ନା ଝିଅ ?

ନିଷିକ୍ତ ସମାୟିତ ଡିମ୍ବ (Fertilized egg) ରେ ଥିବା ଗୁଣସୂତ୍ର ଉପରେ ପୁଅ କି ଝିଅ ହେବ ନିର୍ଭର କରେ । ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି ୨୩ ଯୋଡ଼ା । ଗୋଟିଏ ଯୋଡ଼ାକୁ 'ଲିଙ୍ଗ ଗୁଣସୂତ୍ର' (Sex Chromosome) କୁହାଯାଏ । ନାରୀଙ୍କ ଠାରେ ଏହି ଯୋଡ଼ା ଦୁଇଟି 'X' ଗୁଣସୂତ୍ରକୁ ନେଇ ଏବଂ ପୁରୁଷଠାରେ ଏହା ଗୋଟିଏ 'X' ଓ ଗୋଟିଏ 'Y' ଗୁଣସୂତ୍ରକୁ ନେଇ ଗଠିତ । ଅର୍ଥାତ ନାରୀଙ୍କ ଠାରେ 'XX' ଗୁଣସୂତ୍ର ଥିବାସ୍ଥଳେ ପୁରୁଷଠାରେ 'XY' ଗୁଣସୂତ୍ର ଥାଏ । ପ୍ରତ୍ୟେକ ପରିପକ୍ୱ ଡିମ୍ବାଣୁରେ 'X' ଗୁଣସୂତ୍ର ଥିବାବେଳେ କେତେକ ଶୁକ୍ରାଣୁରେ  ଗୁଣସୂତ୍ର  ଏବଂ ଅବଶିଷ୍ଟ ଶୁକ୍ରାଣୁରେ 'Y' ଗୁଣସୂତ୍ର ଥାଏ । 'X' ଗୁଣସୂତ୍ର ଥିବା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ କନ୍ୟା ସନ୍ତାନ ଜାତ ହୁଏ ଏବଂ 'Y' ଗୁଣସୂତ୍ର ଥିବା ଶୁକ୍ରାଣୁ ଓ 'X' ଗୁଣସୂତ୍ର ଥିବା ଡିମ୍ବାଣୁର ମିଳନରେ ପୁତ୍ର ସନ୍ତାନ ଜାତ ହୁଏ । ଏଥିରୁ ସ୍ପଷ୍ଟ ଯେ ପୁତ୍ର ସନ୍ତାନ ଜନ୍ମ ହେବାକୁ ହେଲେ 'Y' ଗୁଣସୂତ୍ର ଯୁକ୍ତ ଆବଶ୍ୟକ । 

Y କ୍ରୋମଜୋମ ସହ କ'ଣ ଘଟୁଛି ?

ଜେନେଟିକ୍ସର ପ୍ରତିଷ୍ଠିତ ପ୍ରଫେସର ଓ ଭିସି ଫେଲୋ, ଜେନିଫର ଏ ମାର୍ଶାଲ ଗ୍ରେଭସଙ୍କ ଅନୁଯାୟୀ (Jennifer A Marshall Graves) ମାନବ Y ଗୁଣସୂତ୍ରର ସମୟ ସମାପ୍ତ ହେବାରେ ଲାଗିଛି । ବିଗତ ୩୦୦ ମିଲିଅନ ବର୍ଷରେ ଏହା ମୂଳ ୧୪୩୮ ଜିନରୁ ୧୩୯୩ ହରାଇ ସାରିଛି । ଏପରି ହାରରେ ଅବକ୍ଷୟ ଘଟିଲେ ଶେଷ ୪୫ଟି ମଧ୍ୟ ଆସନ୍ତା ୧୦ ମିଲିଅନ ବର୍ଷରେ ହରାଇବ । 

ମଣିଷ ଶରୀରରେ ଥିବା Y ଗୁଣସୂତ୍ର, ଯାହା ପୁରୁଷ ଜନ୍ମ ପାଇଁ ସହାୟକ SRY ଜିନ୍ ରହିଥାଏ, ସମୟ ସହିତ କ୍ଷୀଣ ହେବାରେ ଲାଗିଛି । ଜିନ୍ କ୍ଷୟର ବର୍ତ୍ତମାନ ହାର ଅନୁସାରେ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଆଗାମୀ ୧୧ ମିଲିଅନ ବର୍ଷରେ Y ଗୁଣସୂତ୍ର ସଂପୂର୍ଣ୍ଣ ଲୋପ ପାଇଯିବ । ଏହି ସମ୍ଭାବନା ମଣିଷ ପ୍ରଜନନ ଓ ପ୍ରଜାତିଙ୍କ ଅସ୍ତତ୍ୱର ଭବିଷ୍ୟତ ନେଇ ଚିନ୍ତା ବଢ଼ାଇଛି । 

ବତ୍ତର୍ମାନ ମଣିଷ ସମେତ କିଛି ସ୍ତନ୍ୟପାୟୀ ଜୀବଙ୍କ Y Chromosome ସମାପ୍ତ ହେବାରେ ଲାଗିଛି । ତେଣୁ ପୁରୁଷଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ଭାବେ ପୃଥିବୀ ପୃଷ୍ଠରେ ଅଧିକାଂଶ ପ୍ରଜନନ ପ୍ରକ୍ରିୟା ପୁରୁଷ-ମହିଳା ମିଳିତ ଭାବେ ସମ୍ପାଦନ କରିଥାନ୍ତି । ବର୍ତ୍ତମାନ ମଣିଷର Y Chromosome ସରି ସରି ଯାଉଥିବାରୁ ଭବିଷ୍ୟତରେ କେବଳ ଝିଅ ହିଁ ଜନ୍ମ ନେବେ, ପୁଅ ଆଦୌ ଜନ୍ମ ନେଇ ନପାରନ୍ତି । ତେଣୁ ଏଭଳି ସ୍ଥିତିରେ ଯୁଗ ଆଗକୁ କିଭଳି ଆଗେଇବ ବୋଲି ଜୀବବିଜ୍ଞାନୀମାନେ ଚିନ୍ତା ପ୍ରକଟ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now