ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ।
ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା' ସମୟରେ ହେବ।
କୋରାପୁଟ କଳିର ମଞ୍ଜି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସ୍ମିଟ୍ରୁ ପଡିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଗତ ୧୮ ତାରିଖରେ ଉଲାକା ଜିଲ୍ଲାର ପୂର୍ବତନ ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡକାଯାଇନଥିଲା କିନ୍ତୁ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ନିମନ୍ତ୍ରଣ ଯାଇଥିଲା।
ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାସହ କେନ୍ଦ୍ରୀୟ ମନିଟାଇଜେସନ୍ ଯୋଜନା (ଏନଏମ୍ପି) ଘୋଷଣାକୁ ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ ବୋଲି କହିଛନ୍ତି ।
ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ରତ୍ନଗିରି ପୋଲିସ । ବ୍ୟାପକ ବିରୋଧ ଭିତରେ ରାଣେଙ୍କୁ ଗିରଫ କରାଯାଇଛି ।
ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି ।
ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର।
SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର ।
ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।
ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍ର ୫୦ଟି ସ୍କୁଲ୍କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି ।
ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍ । ତାଙ୍କ କମନମ୍ୟାନ୍ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ । ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି ।
ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି। ୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି।
ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ।
ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍ମ୍ୟାନ୍ ଅନ୍ଦାଜ । ଟ୍ରେନ୍ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍ରେ ଅନ୍ଲାଇନ୍ ପେମେଣ୍ଟ ବି କଲେ ।
ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।
ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।
ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି ।
ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଛନ୍ତି। ବାଟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଗନ୍ନାଥ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ।