Advertisment

ଚାଲିଥିଲା ବିଜେଡି ନେତାଙ୍କ ରାତ୍ରୀଭୋଜନ; ଧସେଇ ପଶିବାକୁ ଉଦ୍ୟମ କଲେ ବିଜେପି କର୍ମୀ, ତା’ପରେ...

ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Members Scuffle With Police

BJP Members Scuffle With Police

ବ୍ରହ୍ମପୁର: ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁସାରେ, ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲିଥିବା ବେଳେ ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପରେ ଏମାନଙ୍କୁ ବାଧା ଦେବାକୁ ଯାଇ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଥିବା ଜଣାପଡ଼ିଛି।

Advertisment

ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି। ଅଗଷ୍ଟ ୧୮ରୁ ୩୦ ତାରିଖ ଯାଏ ପାର୍କ ପୁରା ବନ୍ଦ ବୋଲି ସୂଚନା ଫଳକ ବି ଲଗାଯାଇଛି। ତେବେ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ଥିବା ବେଳେ ରାଜନୈତିକ ଉଦ୍ଦଶ୍ୟରେ କିଭଳି ଭୋଜି ଆୟୋଜନ ହୋଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ୧୦୮ ବିଧାୟକ ବ୍ରହ୍ମପୁର ଆସୁଥିବା ବେଳେ ସେମାନଙ୍କ ପାଇଁ ରାମଲିଙ୍ଗେଶ୍ୱର ପାର୍କରେ ସବୁ ବ୍ୟବସ୍ଥା କରାଯାଇଛି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି। ତେଣୁ ସେମାନଙ୍କୁ ସ୍ୱାଗତ ପାଇଁ ପାର୍କରେ ଜ୍ୱାଇଁ ଚର୍ଚ୍ଚା ଭଳି ଆୟୋଜନ ଖାଲି ସାଧାରଣ ଲୋକଙ୍କୁ ଉପେକ୍ଷା ନୁହେଁ, ସ୍ଥାନୀୟ ବ୍ୟବସାୟୀଙ୍କ ପେଟକୁ ବି ଲାତ ମରାଯାଉଥିବା ଅଭିଯୋଗ ହୋଇଛି। ଅପରାହ୍ନ ୩ଟା ପରେ ଆଖପାଖ ଦୋକାନ ବନ୍ଦ ରଖିବାକୁ ବାଧ୍ୟ କରୁଛି ପ୍ରଶାସନ ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ।

Odisha BJD BJP Protest Ramalingeswara Park Berhampur
Advertisment
Advertisment