/odishatv-khabar/media/post_attachments/uploadimage/library/16_9/16_9_0/pratap-jena_1627281379.jpg)
Pratap jena
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ । ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା । କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି । କେନ୍ଦ୍ର ବ୍ୟବସ୍ଥା ନକଲେ ବି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ । ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
Also Read
ଏହାର ଜବାବରେ ବିଜେପି କହିଛି, ପଞ୍ଚାୟତ ନିର୍ବାଚନ ତ ତା ସମୟରେ ହେବ । ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଏହାକୁ ମାନିବାକୁ ରାଜ୍ୟ ସରକାର ବାଧ୍ୟ । ଏଥିରେ ନୂଆ କିଛି ନାହିଁ ବୋଲି କହିଛି ବିଜେପି । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କାହିଁକି କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ପୌର ନିର୍ବାଚନରେ ବିଜେଡିକୁ ପରାଜୟ ବରଣ କରିବାର ଭୟ ରହିଛି କି ବୋଲି ମଧ୍ୟ ବିଜେପି ପ୍ରଶ୍ନ କରିଛି । ରାଜ୍ୟ ସରକାର ପ୍ରଥମେ ପୌର ନିର୍ବାଚନ କରନ୍ତୁ ପରେ ପଞ୍ଚାୟତ ନିର୍ବାଚନ କରନ୍ତୁ ବୋଲି ବିଜେପି ଦାବି କରିଛି ।
ସେପଟେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଗଣେଶ୍ୱର ବେହେରା ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କାହିଁକି ମନାକରୁଛି ବୋଲି ପ୍ରଶ୍ନ କରିଛନ୍ତି । ୫୦% ସିଲିଂ ବ୍ୟବସ୍ଥା ନ ହଟିଲେ ଓବିସି ସଂରକ୍ଷଣ ହୋଇପାରିବ ନାହିଁ ବୋଲି କହିଛନ୍ତି ଗଣେଶ୍ୱର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)