• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

naveen
ଆଜି ଗୁଣପୁରରେ ପ୍ରଚାର କରିବେ ନବୀନ

ଗୁଣପୁର(ଇନ୍ଦ୍ରଜିତ୍‌ ପଣ୍ଡା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁରରେ ନିର୍ବାଚନୀ ପ୍ରଚାର କରିବେ। ଆୟୋଜିତ ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନବୀନ ଗୁଣପୁରରେ ପହଞ୍ଚିବା ପରେ ଏକ ରୋଡ୍ ସୋ’ କରିବେ। ଏହାପରେ ବସନ୍ତ ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣସଭାରେ ଯୋଗ ଦେବେ।

  • Tuesday, 20 July 2021
congress
ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଜେଡି ସରକାର ବିଫଳ ହୋଇଛି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି କଂଗ୍ରେସ। ରାଜ୍ୟରେ ୬ହଜାର୫୩୬ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ସେଥିରୁ ୩ହଜାର୧୧୯ ଡାକ୍ତର ପଦବୀ ଖାଲି ପଡ଼ିଛି। ନର୍ସ ଓ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି। ସାଢ଼େ୪ କୋଟି ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ହସ୍ପିଟାଲରେ ରହିଛି ମାତ୍ର ୧୮ହଜାର ବେଡ୍‌। ୩୦ ଜିଲ୍ଲା ପାଇଁ ମାତ୍ର ୫୧୨ଟି ଆମ୍ବୁଲାନ ରହିଛି।  ଭିତ୍ତିଭୂମି […]

  • Tuesday, 20 July 2021
amit
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଗଞ୍ଜାମର ପୋଲସରା ଏବଂ ବରଗଡ଼ରେ ଦଳୀୟ ସମାବେଶରେ ସେ ଯୋଗ ଦେବେ। ଅମିତ ଶାହଙ୍କ ବରଗଡ଼ ଗସ୍ତ ଲାଗି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ସମାବେଶରେ ଯୋଗଦେବେ। ବରଗଡ଼ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ପାଇଁ […]

  • Tuesday, 20 July 2021
Nalini-Pradhan
ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ବିଜେପି ଧମକ ଦେଇଛି। ବେଆଇନ ଭାବେ ଶୁଣାଣି କରାଯାଇଛି ବୋଲି ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି। ନଳିନୀ ବିଜେଡିରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର […]

  • Tuesday, 20 July 2021
modi
ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର: ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଝାଡ଼ଖଣ୍ଡର ବିକାଶ କଥା ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା […]

  • Tuesday, 20 July 2021
sonpur
ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି। ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିବା କି ବୋଲି […]

  • Tuesday, 20 July 2021
congress
ଆଉ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପଛରେ ପଡ଼ିଥିବା କଂଗ୍ରେସ ଆଉ ୪ ଜଣଙ୍କ ନାଁରେ ମୋହର ମାରିଛି। ସୋର ବିଧାନସଭାରୁ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ପ୍ରସାଦ ପାରମାଣିକ, ସିମୁଳିଆ ପାଇଁ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ପାଇଁ ଦିଗମ୍ବର ଦାସ ଏବଂ ବଡ଼ସାହି ଆସନ ପାଇଁ ଦେବଯାନୀ ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ଏଆଇସିସି ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରିଛି। ତେବେ ଆହୁରି ୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିବ ଦଳ।

  • Tuesday, 20 July 2021
narendra-modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ପ୍ରଚାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ସମାବେଶ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ଦିନ ୧୧ଟାରେ ସେ ସାଧାରଣ ସଭାରେ ଯୋଗଦେବେ। ସୁନ୍ଦରଗଡ଼ ସମାବେଶ ପରେ ପ୍ରଧାନମନ୍ତ୍ରୀ ସୋନପୁରରେ ଏକ ସମାବେଶରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି […]

  • Tuesday, 20 July 2021
cmo
ଲାଲଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି(ଜିତେନ୍ଦ୍ର ବେଉରା):ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର କାଲିମେଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ନିର୍ବାଚନୀ ସଭାରେ ସେ  ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳି ନଥାଏ। ବିରୋଧୀ ନେତାମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବେଙ୍ଗଲି ଭାଇ ଭଉଣୀଙ୍କ ସମସ୍ୟା ମୁଁ ନିଜେ ଦେଖିବି।” ମାଲକାନଗିରି ସହିତ କୋରାପୁଟ ଜିଲ୍ଲାର ଜୟପୁର, ତୁମୁରିପୁଟ, ଲକ୍ଷ୍ମୀପୁରରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଅଛି।   […]

  • Tuesday, 20 July 2021
BJP
ରାଜ୍ୟ ସରକାର ସହଯୋଗ କରୁନାହାନ୍ତି, ତଥାପି ମୁଁ ନବସି ଆପଣଙ୍କ ପାଇଁ କାମ କରୁଛି: ମୋଦି

ଭୁବନେଶ୍ୱର: ଏକ ନୂଆ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍‌ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଭୋଟରଙ୍କୁ କହିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏପରି ଆହ୍ୱାନ ଦେଇଛନ୍ତି ମୋଦି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ଏଥର ଓଡ଼ିଶା ଇତିହାସ ରଚନା […]

  • Tuesday, 20 July 2021
10Flags
ସବୁ ଦଳରେ ଛକାପଞ୍ଝା: ବଳକା ଆସନରେ କେଉଁ ଦଳ କାହାକୁ କରିବ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ସବୁ ଆସନରେ ବିବାଦ ଥିବାରୁ ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ ଚାଲିଛି। ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ […]

  • Tuesday, 20 July 2021
election
ପ୍ରକାଶ ପାଇଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ। ଏପ୍ରିଲ ୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୨ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର […]

  • Tuesday, 20 July 2021
election
ବେଙ୍ଗାଲୁରୁରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ପୁଅ ଅନୀଲ

ଜୟପୁର(ଟି.ଗୌରୀଶଙ୍କର): ବେଙ୍ଗାଲୁରୁରେ ନିର୍ବାଚନ ଲଢୁଛନ୍ତି ଜଣେ ଓଡ଼ିଆ ପୁଅ। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ କୁମାର। ଜୟପୁର ସହରର ବେଲରୋଡରେ ତାଙ୍କ ଘର।  ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ ରହୁଛନ୍ତି। ଏବେ ସେ ରେପାର୍ତ୍ତି କନସାଲଟାନସି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି। ଚଳିତ ନିର୍ବାବନରେ ସେ ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ […]

  • Tuesday, 20 July 2021
bjd
ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା। ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଦଳ ଟିକେଟ୍ ଦେଇଛି। ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଙ୍କର ମଧ୍ୟ ଟିକେଟ୍‌ କଟିଛି। ମୋରଡ଼ା […]

  • Tuesday, 20 July 2021
amara
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ଯାଜପୁର(ଗୁଲାମ ଗସ୍): ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରାଯାଇଛି। ଦଳ ତାଙ୍କୁ ବଡ଼ଚଣା ଟିକେଟ୍‌ ଦେବା ପରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ଛାମୁଆ ନେତା ଓ କର୍ମୀ ଏକାଠି ହୋଇଥିଲେ। ଚଳିତ ନିର୍ବାଚନରେ ଅମରଙ୍କୁ ଖୋଲାଖୋଲି ବିରୋଧ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅମରଙ୍କୁ ପ୍ରାର୍ଥୀ ନକରିବା ଲାଗି  ଏମାନେ ଦଳର ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ବିବାଦୀୟ […]

  • Tuesday, 20 July 2021
bls
ବିଜେଡି ଛାଡ଼ିଲେ ଦୀପକ ମଲ୍ଲିକ ଓ ଯଯାତି ଦାସ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ଦୁଇ ଟାଣୁଆ ନେତା ବିଜେଡି ଛାଡ଼ିଛନ୍ତି। ରେମୁଣାର ଦୀପକ ମଲ୍ଲିକ ଓ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଯଯାତି ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ୨୦ ବର୍ଷ ଧରି ଦଳରେ ଥିବା ଯଯାତି ବିଜେଡି ଛାଡ଼ିଛନ୍ତି। ବିଜୁ ଜନତା ଦଳ ନୀତି ଆଦର୍ଶରୁ ଦୂରେଇ ଯାଇଥିବା ସେ କହିଛନ୍ତି। ବିଜୁ ଜନତାଦଳ ଚିଟଫଣ୍ଡ୍ ଓ ଜମି ମାଫିଆଙ୍କ ଦଳରେ ପରିଣତ ହୋଇଛି। ସାଂସଦ […]

  • Tuesday, 20 July 2021
bls
ବସ୍ତାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କୁ ବିରୋଧ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିତ୍ୟାନନ୍ଦ ସାହୁଙ୍କୁ ଟିକେଟ୍‌ ମିଳିବା ପରେ ଆଶାୟୀ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍‌ ଘୋଷଣାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ରଙ୍କ ସମର୍ଥକ ବାଲିଆପାଳ ପାରୁଳିଆ ଛକ ନିକଟରେ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏଥିସହ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି।

  • Tuesday, 20 July 2021
bjp
ଭବାନୀପାଟଣାରେ ମୋଦି ଓ ଭୁବନେଶ୍ୱରରେ ମାୟାବତୀ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ରାଜ୍ୟରେ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦିଙ୍କ ଛଡ଼ା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପାରାଦୀପ ଓ ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ରାଜକୁମାର […]

  • Tuesday, 20 July 2021
naveen
‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ’

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ।” ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଓଡ଼ିଶାରେ ତ୍ରିପୁରା ଭଳି ମ୍ୟାଜିକ୍ ହେବ।  ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ।  ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ବେଳେ  ମୋଦି ଏହା କହିଥିଲେ।

  • Tuesday, 20 July 2021
bhadrak
ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା: ଭଦ୍ରକରୁ ଲଢ଼ିବେ ଅଭିମନ୍ୟୁ

ଭୁବନେଶ୍ୱର: ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୟୂରଭଞ୍ଜ  ଲୋକସଭା ଆସନ ପାଇଁ ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ ଓ ଯାଜପୁର ପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।  

  • Tuesday, 20 July 2021
bijaya
୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର:  ଆଜି ବିଜେପି ଆଉ ୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନୀଳଗିରିର ବିଧାୟକ ସୁକାନ୍ତ ନାୟକଙ୍କୁ ସେହି ଆସନରୁ ହିଁ ଦଳ ପ୍ରାର୍ଥୀ କରିଛି। ସେହିପରି  ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ସବୁଠାରୁ ବଡ଼ […]

  • Tuesday, 20 July 2021
modi
ଆସନ୍ତା ୬ରେ ପୁଣି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବେ। ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆସନ୍ତା ୨ ତାରିଖରେ ମୋଦି କଳାହାଣ୍ଡି ଗସ୍ତରେ ଆସିବା ନେଇ ଚୂଡ଼ାନ୍ତ ହୋଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖରେ ମୋଦି ଦିନିକିଆ ଜୟପୁର ଗସ୍ତରେ ଆସିଥିଲେ। ଚିଟ୍‌ଫଣ୍ଡ ଦୁର୍ନୀତି, […]

  • Tuesday, 20 July 2021
road-block
ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି। ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ମଧ୍ୟ କରିଛନ୍ତି। ଅମରେନ୍ଦ୍ରଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକ ନିକଟରେ ଟାୟାର ଜାଳି […]

  • Tuesday, 20 July 2021
raghu
ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ। ସେ ବସ୍ତାରୁ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିବା କୁହାଯାଉଥିଲା। ବାଲେଶ୍ୱର ଜିଲ୍ଲା […]

  • Tuesday, 20 July 2021
money
ବିଭିନ୍ନ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ବିପୁଳ ଟଙ୍କା ଜବତ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ଛକରୁ ପୁଲିସ୍‌ ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ୍ ଥିବା ଗାଡିଟି କେନ୍ଦୁଝରରୁ କୋଲକାତା ଯାଉଥିବା ସୂଚନା ମିଳିଛି। ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବର୍ଥଲା ଛକରେ ଏକ ଗାଡ଼ିରୁ ୮ ଲକ୍ଷ ଟଙ୍କା  ଜବତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ […]

  • Tuesday, 20 July 2021