Advertisment

'ପାର୍ବଣ କଟକଣା ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ମୁଖ୍ୟମନ୍ତ୍ରୀ'

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ମିଟିଂ

କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ମିଟିଂ

କଟକ: ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ସହ କୋଭିଡ୍ ସଂକ୍ରମଣର କି ସଂପର୍କ ? ମୂର୍ତ୍ତିର ଉଚ୍ଚତା ବଢ଼ିଗଲେ ବଢ଼ିଯିବ କି ସଂକ୍ରମଣ? ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୂଳ କାରଣ ଦର୍ଶାଇ ଗତକାଲି ସରକାରଙ୍କ ପୂର୍ବ ଗାଇଡଲାଇନ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଥିଲେ ମୁଖ୍ୟ ରିଲିଫ୍ କମିଶନର। କହିଥିଲେ- ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ହେଲେ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୪ ଫୁଟରୁ ଅଧିକ ହେଲେ ସଂକ୍ରମଣ କିଭଳି ବଢ଼ିବ ତାକୁ ନେଇ ପ୍ରଶ୍ନ ଉଠିଛି, ଅସନ୍ତୋଷ ତେଜୁଛି। ରାସ୍ତାକୁ ଓହ୍ଲାଇଲେଣି ସାମାଜିକ ସଂଗଠନ।

Advertisment

ଏପଟେ ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଛି। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତି ଉଚ୍ଚତା ଓ ପରଦା କଟକଣା ହଟାଇବାକୁ ଆଉଥରେ ନିବେଦନ କରାଯିବ। 

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କଟକ ରାଜନୀତି ବି ସରଗରମ। ବିଜେପି ନେତା ସମୀର ଦେ ଗତ ବୁଧବାର ବିଭିନ୍ନ ପୂଜା କମିଟି ଓ ଲୋକ ପ୍ରତିନିଧିଙ୍କ ସହିତ ସରକାରଙ୍କ ବୈଠକକୁ ନେଇ ପ୍ରଶ୍ନ କରିଛନ୍ତି। ବୈଠକକୁ କେବଳ ସରକାରୀ ଦଳର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଡକାଯାଇଥିବା ଅଭିଯୋଗ କରି ବିଜେଡି କଟକରେ ପୂଜା ନହେବା ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ସମୀର। ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ସରକାରଙ୍କ ନିଷ୍ପତ୍ତିର କଡ଼ା ସମାଲୋଚନା କରିଛନ୍ତି।

Advertisment

ଅପରପକ୍ଷେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏଥର ବି ହାଇକୋର୍ଟ ଯିବାକୁ ସଜବାଜ ହେଉଛି। ବାଲୁବଜାର ପୂଜା କମିଟି କମିଟିର ଯୁକ୍ତି ୧୯୧୪ ମସିହାରୁ ମାଙ୍କ ୮ ଫୁଟର ମୃଣ୍ମୟ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ଯାହାକୁ ପରମ୍ପରା ଦୃଷ୍ଟିରୁ ଏବେ ବଦଳାଇବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ବିଜେପି ଆସନ୍ତା ୧୩ ତାରିଖ ଦିନ ଦେଇଥିବା କଟକ ସହର ବନ୍ଦ ଡାକରାକୁ ଜୋରଦାର କରିବାକୁ ଯୋଜନା କରୁଛି।

ରିପୋର୍ଟ: ପ୍ରଭାତ ବିଷୋୟୀ, ଦେବାଶିଷ ମହାନ୍ତି ଓ ଗୌତମ ପଣ୍ଡା

Cuttack Festive Guidelines
Advertisment
Advertisment