Advertisment

ୟୁପି ବିଧାନସଭାରେ ଟିକେଟ୍‌ ମିଳିବ କାହାକୁ? କାଲି ଗୁପ୍ତ ବୈଠକ କରିବେ ପ୍ରିୟଙ୍କା

ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍‌ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍‌ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

author-image
Sarbeswar
ମାସେ ଭିତରେ ବଙ୍ଗଳା ଛାଡ଼ିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

priyanka

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍‌ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍‌ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳର ନେତା ଓ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ତେବେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧୀଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁଁ ଦଳର ନେତା ଓ କର୍ମୀମାନଙ୍କୁ ଭେଟିବା ପାଇଁ ଆସିଛି। ଜଣାପଡ଼ିଛି କି, ପ୍ରିୟଙ୍କା ଦଳର ନେତାଙ୍କ ସହ ଗୁପ୍ତ ବୈଠକ କରିବେ ଏବଂ କେମିତି ବିଜେପି ସରକାରଙ୍କୁ ଚେକ୍‌ ଦେଇ ହେବ ସେନେଇ ରଣନୀତି ପ୍ରସ୍ତୁତ ହେବ। ଆସନ୍ତାକାଲି ସକାଳ ୮ଟା ରୁ ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ବୈଠକ ହେବାର କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କୁହାଯାଇଛି। ପରାମର୍ଶଦାତା କମିଟି, ନିର୍ବାଚନ କମିଟି, ମନିଫେଷ୍ଟୋ କମିଟି, ତାଲିମ କମିଟିର ସଦସ୍ୟମାନଙ୍କୁ ଆସନ୍ତାକାଲି ପ୍ରିୟଙ୍କା ଭେଟିବେ ବୋଲି ଜଣାପଡ଼ିଛି।

Advertisment

କେବଳ ଏତିକି ନୁହେଁ ଜାତୀୟସ୍ତରର ନେତାଙ୍କ ସହ ପ୍ରିୟଙ୍କା ଟିକେଟ୍‌ ବଂଚନ ସମ୍ପର୍କରେ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ ଅନେକ ନେତା ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଇଚ୍ଛା ରଖିଛନ୍ତି। ତେଣୁ କେଉଁ ମାନଙ୍କ ପ୍ରାଥମିକତା ଦିଆଯିବ ଏବଂ କେଉଁମାନଙ୍କ ଲାଗି ଅଧିକ ଜନସମର୍ଥନ ରହିଛି ସେନେଇ ଏକ ବିଶେଷଜ୍ଞ କମିଟି ଗଢାଯାଇଛି। ଆଉ କମିଟିର ରିପୋର୍ଟ ଅନୁସାରେ ହିଁ ଟିକେଟ୍‌ ବଂଟାଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

Advertisment

ପ୍ରିୟଙ୍କା ନିଜର ଏହି ଗସ୍ତ ସମୟରେ ଜିଲ୍ଲା ୱାରି ନେତାଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ନବ ନିଯୁକ୍ତ ୮୧୩୪ ନୂଆ ପଞ୍ଚାୟତ ସଭାପତିଙ୍କ କାର୍ଯ୍ୟର ରିପୋର୍ଟ ମଧ୍ୟ ନିଆଯିବ।

ସୋସିଆଲ ମିଡିଆ ସମେତ ଦଳର ପ୍ରଚାର ଓ ପ୍ରସାର ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅନେକ ଲୋକଙ୍କୁ ମଧ୍ୟ ନୂତନ ଦାୟିତ୍ୱ ପ୍ରଦାନ କରିବେ। ସ୍ଥାନୀୟ ବ୍ୟବସାୟୀଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଛି। ରବୀନ୍ଦ୍ର ଲାଇରେ ବ୍ୟବସାୟୀଙ୍କ ସହ ଏକ ବଡ ବୈଠକ ଅନୁଷ୍ଠିତ ହେବ। ଯେଉଁଠାରେ ପ୍ରିୟଙ୍କା ସମସ୍ତ ବ୍ୟବସାୟୀଙ୍କ ସହ ସିଧାସଳଖ କଥା ହେବେ ଓ ସେମାନଙ୍କ ଅସୁବିଧା ନେଇ ଅବଗତ ହେବେ।

ଏହା ବ୍ୟତୀତ ପ୍ରିୟଙ୍କା ଗାନ୍ଧୀଙ୍କୁ କୃଷକଙ୍କ ଏକ ପ୍ରତିନିଧୀ ଦଳ ଭେଟିବ। ତେବେ କୁହାଯାଉଛି ନିର୍ବାଚନ ପୂର୍ବରୁ ସର୍ବସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଚାହୁଁଛନ୍ତି ପ୍ରିୟଙ୍କା।

Politics Priyanka Gandhi-Vadra UP
Advertisment
Advertisment