ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି।
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ବଢିଲା ସର୍ବନିମ୍ନ ମଜୁରୀ। ଫୋକସ୍ ରେ ଚାଷୀ। ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି 5 ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି।
ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।
ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ସମ୍ବିତ ।
ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ।
ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ।
ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି ।
ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।
ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା।
ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।
ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।
ବିଜେଡିରେ 'ବିଭୀଷଣ' ପରେ 'ମୂଷା' ଉପାଖ୍ୟାନ। କିଛି ଦିନ ତଳେ ଦଳର ପରାଜୟ ପାଇଁ ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନା ବିଭୀଷଣ ଉପାଖ୍ୟାନ କହିଥିବା ବେଳେ, ଆଜି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଢୋଲ ଭିତରେ ମୂଷା ଥିଓରୀ।
ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ।
ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।
ଯାଜପୁରର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ? କିଏ, କାହିଁକି ଏବଂ କେଉଁ ସ୍ବାର୍ଥପାଇଁ କୁସୁମା ପ୍ରକଳ୍ପ ଭିତରେ ତିଆରି କରିଥିଲା ୯ଟି ଆଲିସାନ୍ କଟେଜ୍ ।
ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡ଼ିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉ୍ଦ୍ୟୋଗୀଙ୍କୁ ହତାଶ କରାଯାଇଛି, ତା’ର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି ।
ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।
ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।
ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।
ବିଜେଡିର ୨୫ ବର୍ଷର ସରକାର ଧରାଶାୟୀ ହେବା ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଚାଲିଯିବା ଦୁଃଖକୁ ସହିପାରି ନଥିଲେ ଏଲିନା । କାନ୍ଦି କାନ୍ଦି ନିଜ କଥା କହିଥିଲେ ଓଡ଼ିଶାବାସୀଙ୍କୁ ।
୯୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ହୋଇଛି।
ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।
ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।
ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।