• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସୁଭଦ୍ରା ଯୋଜନାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯୋଜନାର ରୂପରେଖ ସାମ୍ନାକୁ ଆସିବା ପରେ ଏହାକୁ ଗ୍ୟାରେଣ୍ଟି ନା ଧୂଆଁବାଣ କହି ବିଜେପି ସରକାରକୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏବେ କାଳିଆ ଯୋଜନା କଥା ଉଠାଇ, ମିଛ କହୁଥିବା ଲୋକକୁ ସବୁକଥାରେ ମିଛ ଦେଖାଯାଏ ବୋଲି କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପୁରୀରେ ଆୟୋଜିତ ବିଜେପି ବୈଠକରେ ପ୍ରଭାତୀ କହିଛନ୍ତି ଯେ, ଏଥର ରକ୍ଷା ବନ୍ଧନ କିସ୍ତିକୁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ପ୍ରଦାନ କରିବେ । ଏଥିସହ ନବୀନଙ୍କ ଟ୍ୱିଟ୍ ତଳେ କମେଣ୍ଟ ଦେବାକୁ କହିଛନ୍ତି ଯେ, କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବେ କହିଥିଲେ । ୪ ହଜାର ଦେଇଛନ୍ତି, ୬ ହଜାର ଦେଖା ନାହିଁ । ମିଛ କହିଥିବା ଲୋକଙ୍କୁ ସବୁକଥାରେ ମିଛ ଦେଖାଯାଏ । ଯେହେତୁ ସେମାନେ ଓଡ଼ିଶାର ଲୋକଙ୍କୁ ଭକୁଆ ବନାଇଛନ୍ତି, ସେମାନଙ୍କୁ ଲାଗୁଛି ଆମେ ଟଙ୍କା ଦେଇପାରିବୁନି । କିନ୍ତୁ ସୁଭଦ୍ରା ଯୋଜନା ସତ୍ୟ । ଏଥିପାଇଁ ୧ କୋଟି ୮ ଲକ୍ଷ ଲୋକଙ୍କୁ ତାଲିକାଭୁକ୍ତ କରାଯାଇଛି ।

ଭତ୍ତା ପାଉଥିବା ବିଧବା ଓ ଭିନ୍ନକ୍ଷମ ମହିଳା ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହେବେ । ୨୧ ବର୍ଷରୁ ଅଧିକ ବୟସର ଛାତ୍ରୀ ୧୫ ହଜାର ସ୍କଲାରସିପ ପାଉଥିଲେ ବି ସୁଭଦ୍ରା ସହାୟତା ପାଇବ । ମହିଳା କଳାକାର ମାନେ କଳାକାର ଭତ୍ତା ପାଉଥିଲେ ବି ସୁଭଦ୍ରାରେ ସାମିଲ ହୋଇପାରିବେ । ଜଣେ ମହିଳା ଯୋଜନାରେ ସାମିଲ ହେବାକୁ ସେଲ୍ଫ ଡିକ୍ଲାରେସନ ଦେଲେ ଓ ସ୍ଥାନୀୟ ବିଧାୟକ ତାକୁ ମଞ୍ଜୁରୀ ଦେଲେ ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଜୁଲାଇ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିଲେ ଏହି ସହାୟତା ମିଳିବ ।

ଏଥିସହ ଯେଉଁମାନଙ୍କୁ ଏବେ ୨୦ ବର୍ଷ ହୋଇଛି, କିନ୍ତୁ ୨୦୨୫ ମାର୍ଚ୍ଚ ୮ ପୂର୍ବରୁ ୨୧ ବର୍ଷ ହେବ, ସେମାନଙ୍କୁ ମଧ୍ୟ ସୁଭଦ୍ରା ପୋର୍ଟାଲରେ ସ୍ୱୀକାର କରାଯିବ । ପ୍ରତିବର୍ଷ ଯେଉଁମାନେ ୨୧ ବର୍ଷର ହେବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦିଆଯିବ ।ସୁଭଦ୍ରା ଯୋଜନା ରୂପରେଖ ସାମ୍ନାକୁ ଆସିବା ପରେ ଏହାକୁ ଗ୍ୟାରେଣ୍ଟି ନା ଧୂଆଁବାଣ କହି ବିଜେପିକୁ ସମାଲୋଚନା କରିଥିଲେ ନବୀନ ।

 

OTV is now on Whatsapp

Join and get latest news update delivered to you via whatsapp

Join Now