Advertisment

ସବୁ ସୀମା ଟପିଲେ ବିରୋଧୀ, ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ ଉଦ୍ୟମ

ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।

author-image
Santosh Kumar Sahoo
undefined

Opposition Crosses All Limits

ଗଣତନ୍ତ୍ରର ମନ୍ଦିର ରାଜ୍ୟ ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହରେ ଆଜି ଦେଖିବାକୁ ମିଳିଥିଲା ବିଶୃଙ୍ଖଳିତ ଚିତ୍ର । ଚିକିଟି ମଦ ମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ପୋଡିଅମ ତଳେ ନାରାବାଜିରେ ମନ ପୂରିଲା ନାହିଁ । ଗୃହର ମର୍ଯାଦାକୁ ଦଳି ମକଚି ମହିଳା ବାଚସ୍ପତି ସୁରମା ପାଢୀଙ୍କ ପୋଡିଅମ ଉପରକୁ ଚଢିବାକୁ କେମିତି ଉଦ୍ୟମ କରୁଥିଲେ ବିଜେଡିର ଦୁଇ ବିଧାୟକ ରୋମାଞ୍ଚ ରଂଜନ ବିଶ୍ବାଳ ଓ ମାଧବ ଧଡା । ତାଙ୍କୁ ଚଢ଼ିବାରେ ସାହାଯ୍ୟ କରୁଛନ୍ତି ତଳେ ଥିବା ବିଧାୟକମାନେ ।

Advertisment

ଖାଲି ସେତିକି ନୁହଁ ବାଚସ୍ପତିଙ୍କ ସିଟକୁ ଯିବାପାଇଁ ଥିବା ଦୁଇ ପଟ ରାସ୍ତାକୁ ଛାଡି ନାହାଁନ୍ତି ବିରୋଧୀ । ସେ ଦୁଇ ରାସ୍ତା ଦେଇ ବାଚସ୍ପତିଙ୍କ ଚେୟାର ଯାଏଁ ଯିବାକୁ ବିରୋଧୀ ବିଧାୟକ ବିଧାୟିକାଙ୍କ ଜୋରଦାର ଉଦ୍ୟମ। ସୁରକ୍ଷା କର୍ମୀଙ୍କ ସହ ଧସ୍ତା ଧସ୍ତି ସ୍ଥିତି ।

ଏଠି ପ୍ରଶ୍ନ ମହିଳା ବାଚସ୍ପତିଙ୍କୁ ଗଣତନ୍ତ୍ରର ମନ୍ଦିରରେ ଘେରାବନ୍ଦୀ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବିରୋଧୀ ? ଯେତେବେଳେ ମଦମୃତ୍ୟୁ ନେଇ ମୁଲତବୀ ଆଲୋଚନା ହେବାର ଥିଲା, ସେତେବେଳେ ବିରୋଧୀ ପ୍ରଶ୍ନ କାଳରୁ ଗୃହକୁ ଚଳାଇ ନଦେବାର କାରଣ କ’ଣ ? ମାମଲାରେ ପ୍ରଥମେ ବିଜେଡି RDC ତଦନ୍ତ ଦାବି କଲା । ସରକାର ଯେତେବେଳେ RDC ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ବିରୋଧୀ ବିଜେଡି ପୁଣି ଆଭିମୁଖ୍ୟ ବଦଳାଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛି ବିଜେପି । ଏଥିସହ ମହିଳା ବାଚସ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନକୁ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା।

Advertisment

ସେପଟେ ବିରୋଧୀ ଦଳରେ ଥିବା ବେଳେ ବିଜେପି କେମିତି ମହିଳା ବାଚସ୍ପତିଙ୍କୁ ସମ୍ମାନ ଦିଅନ୍ତି ଆମେ ଦେଖିଛୁ ବୋଲି କହିଛି ବିଜେଡି । ଲଗାତର ୩ ଦିନ ଧରି ମଦ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହେଉଛି। ବିରୋଧୀଙ୍କ ଏଭଳି ଆଚରଣ ସାଧାରଣରେ ଅନେକ ପ୍ରଶ୍ନ ସ୍ରୁଷ୍ଟି କରିଛି ।

BJD Congress Odisha Assembly Odisha Speaker
Advertisment
Advertisment