• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର  ଆୟୋଜନ କରାଯାଇଥିଲା । ଏଥିସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଥିଲା । ଏଥିରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । 

ତେବେ କାର୍ଯ୍ୟକ୍ରମକୁ ସ୍ଥାନୀୟ  ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ କେତେ ଜଣ କର୍ମୀ ପାଟିତୁଣ୍ଡ ସହ ହୋ ହଲ୍ଲା କରିଥିଲେ । ଏପରିକି ସେଠାରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା । 

ସେପଟେ ଘଟଣାକୁ ନେଇ ପ୍ରଭାରୀ ବିଜୟ ସିଂ ତୋମାର କହିଛନ୍ତି, ଦଳରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ତେବେ ଏ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now