Advertisment

ରାଜ୍ୟସଭା ନାମାଙ୍କନରେ ଟ୍ୱିଷ୍ଟ ! ବିଜେପିରୁ ମମତା ସ୍ୱାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ...

ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।

author-image
Satyendu Shekher Mishra
Mamata Mahanta Nomination

Mamata Mahanta Nomination

ମମତା ଭରିଲେ ନାମାଙ୍କନ। ପୁଣିଥରେ ଯିବେ ରାଜ୍ୟସଭା। ଏଥର କିନ୍ତୁ ବିଜେଡି ନୁହଁ, ବିଜେପିରୁ ଯିବେ। ମମତା ମହାନ୍ତ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିଧାନସଭାରେ ପହଂଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଭରିବା ପରେ ମମତା କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ସେ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଅନ୍ୟପଟେ ବିଜେପି ନେତା ତଥା ୨୦୨୪ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟରୁ ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲକୁ ନେଇ ଚର୍ଚ୍ଚା ବଢିଛି। ସୂଚନା ଅନୁଯାୟୀ ଯଦି ମମତାଙ୍କ ନାମାଙ୍କନ କାଏମ ରୁହେ, ତେବେ ଜଗନ୍ନାଥ ନିଜ ନାମାଙ୍କନ ପ୍ରତ୍ୟାହାର କରିବେ।

ଏଣେ ମମତା ନାମାଙ୍କନ ଦାଖଲ କରିବା ପରେ ଘନେଇଛି ରାଜ୍ୟ ରାଜନୀତି। ବିଜେପି ବିଧାୟକ ଅଶୋକ ମହାନ୍ତି ବିସ୍ଫୋରକ ବୟାନ ଦେଇ କହିଛନ୍ତି ଆଗକୁ ଅନେକ ବିଜେଡି ନେତା ବିଜେପିରେ ସାମିଲ ହେବେ। ନବୀନ ବାବୁଙ୍କ ଏକଛତ୍ରବାଦ ଶାସନରେ ଅତିଷ୍ଠ ହୋଇ ଏବେ ସମସ୍ତେ ବିଜେପି ମୁହାଁ ।

Advertisment

ସେପଟେ ବିଜେଡି କହିଛି, ବିଜେପି ଅନ୍ୟ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ବିଜେଡି କିନ୍ତୁ ଏକ୍‌ଦମ୍ ମଜଭୁତ୍। କେହି ଜଣେ ବି ନେତା ବିଜେପି ସଂପର୍କରେ ନାହାନ୍ତି ବୋଲି ବିଜେଡି ସ୍ପଷ୍ଟ କରିଛି।

ତେବେ ମମତା ବିଜେଡି ଛାଡି ବିଜେପି ଯିବା ଏବଂ ବିଜେପି ପୁଣି ତାଙ୍କୁ ରାଜ୍ୟସଭା ପଠାଇବା ଅନେକ କିଛି ସୂଚାଉଛି। ହୁଏତ ବିଜେପି ସଂକେତ ଦେଉଛି ଯେ, ଯଦି କୌଣସି ଜନପ୍ରତିନିଧି ନିଜ ଦଳ ଛାଡି ବିଜେପିକୁ ଆସନ୍ତି ତେବେ ତାଙ୍କୁ ସୁରକ୍ଷା କବଚ ମିଳିବ। ଖାଲି ସେତିକି ନୁହଁ ବିଜେପି ନିଜ ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ଼ କରିବାକୁ ଏପରି ଯୋଜନା କରୁଥିବା ନେଇ ବି ଚର୍ଚ୍ଚା ହେଉଛି। ଯେଉଁଥିଲାଗି ଦକ୍ଷତା ସଂପନ୍ନ ନେତାଙ୍କ ଉପରେ ବିଜେପିର ନଜର।

ଗତ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲି ପାରିନଥିଲା। ଆଉ ରାଜ୍ୟସଭା ସଦସ୍ୟ ସଂଖ୍ୟା ବି ୮କୁ ଖସିଲାଣି। ଏଭଳି ସ୍ଥଳରେ ବିଜେଡିରୁ ଆଉ କେତେ ନେତା ବିଜେପି ଆସୁଛନ୍ତି ଏବଂ ବିଜେଡି କେମିତି ନିଜ ଗଡ଼ ବଞ୍ଚାଉଛି ତାଉପରେ ନଜର।

BJD BJP Congress Odisha Politics
Advertisment
Advertisment