/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724411965.jpg)
PM Modi Ukraine Visit
ଯୁଦ୍ଧ ଭିତରେ ମୋଦି-ଜେଲେନସ୍କି ଭେଟ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଭରେ ପରସ୍ପରକୁ ଭେଟିଛନ୍ତି ଦୁଇ ନେତା । ମୋଦିଙ୍କୁ ସ୍ୱାଗତ କରିଥିଲେ ଜେଲେନସ୍କି । ଏହାପରେ ଦୁଇ ନେତା ଯାଇଥିଲେ ୟୁକ୍ରେନର ନ୍ୟାସନାଲ ମ୍ୟୁଜିୟମ୍ । ସେଠାରେ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ଛୋଟ ପିଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଭିଡିଓରେ ଦେଖିବାକୁ ମିଳିଥିଲା ଜେଲେନସ୍କିଙ୍କ କାନ୍ଧରେ ହାତ ରଖି କଥା ହେଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି ସେ କିଭରେ ପହଞ୍ଚିଛନ୍ତି । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ୟୁକ୍ରେନ୍ ଗସ୍ତ । ତେଣୁ ତାଙ୍କର ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖୁଛି।
ଅଧିକ ପଢନ୍ତୁ : ‘ତୃତୀୟ ବୃହତ ଅର୍ଥନୀତି ପାଇଁ ବେଶୀ ଦୂରରେ ନାହିଁ ଭାରତ’
Kyiv: PM Modi & Ukraine President Zelenskyy honor the memory of children at Martyrologist Exposition pic.twitter.com/4Sr5pBP8wD
— Sidhant Sibal (@sidhant) August 23, 2024
ଗତକାଲି ସନ୍ଧ୍ୟାରେ ପୋଲାଣ୍ତ ରାଜଧାନୀ ୱାରସାରେ ପହଞ୍ଚିଥିବା ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଭାରତୀୟ ବଂଶୋଦ୍ଭବମାନେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ସ୍ୱାଗତ କରିଥିଲେ । ସେପଟେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଆ ତାଇମୋଶେଙ୍କା କହିଛନ୍ତି, ମୋଦି ହେଉଛନ୍ତି ଜଣେ କିମ୍ବଦନ୍ତୀ ନେତା ।
ଯୁଦ୍ଧ ସମୟରେ ତାଙ୍କର ଗସ୍ତ ୟୁକ୍ରେନରେ ଶାନ୍ତି ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନ ଓ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ଚିନ୍ତାର କାରଣ । ଭାରତ ଯୁଦ୍ଧ ଦ୍ୱାରା ସମାଧାନରେ ବିଶ୍ୱାସ କରେନାହିଁ । ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସାମାଧାନ ହୋଇପାରିବନି । ଶାନ୍ତି ଓ ସ୍ଥିରତା ପାଇଁ ଆମେ କୂଟନୈତିକ ଉପାୟକୁ ସମର୍ଥନ କରୁଛୁ ।
#WATCH | Prime Minister Narendra Modi arrived at Kyiv Central Railway Station from Poland to begin his one-day visit to Ukraine.
This is the first visit by an Indian Prime Minister to Ukraine since its independence from the Soviet Union in 1991. pic.twitter.com/uIxlPkTX63
— ANI (@ANI) August 23, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)