• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ପାଇଁ ବିଜେପି ଆପଣାଇବ ନୂଆ ରଣନୀତି । ଏଥିପାଇଁ ରାଜ୍ୟ ମୁଖ୍ୟାଳୟରେ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କୋର୍ କମିଟି ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉରସ୍ଥିତ ରହିଛନ୍ତି ।

ଏହା ସହ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ-ପ୍ରଭାରୀ ଲତା ଉସେଣ୍ଡି ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ସାଂସଦ ସମ୍ବିତ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଷଡଙ୍ଗୀ, ସମୀର ମହାନ୍ତି ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ ଆଲୋଚନା ଚାଲିଛି ।

ସେପଟେ ଆଜିଠୁ ଆରମ୍ଭ ହୋଇଛି ବିଜେଡି ବିଧାୟକଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ଶଙ୍ଖ ଭବନରେ ଆୟୋଜିତ ଏହି ଟ୍ରେନିଂ ସେସନକୁ ଉଦଘାଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଶିକ୍ଷଣ ଶିବିରରେ ଦଳର ନବ ନିର୍ବାଚିତ ୧୮ ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଦଳୀୟ ବିଧାୟକଙ୍କୁ ନବୀନ କହିଛନ୍ତି, ଓଡ଼ିଶାବାସୀ ଆମକୁ ବିଧାନସଭାକୁ ପଠାଇଛନ୍ତି । ତେଣୁ ଓଡ଼ିଶା ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷାର ସୁରକ୍ଷା ପାଇଁ ଲଢେଇ ଜାରି ରଖିବା । ସାଧାରଣ ଲୋକଙ୍କ ସମସ୍ୟାକୁ ଉତଥାପନ କରିବାରେ କୌଣସି ବୁଝାମଣା କରିବା ନାହିଁ । ବିଧାନସଭାର ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ନୂଆ ବିଧାୟକଙ୍କୁ ଦଳର ଅଭିଜ୍ଞ ନେତାମାନେ ତାଲିମ୍ ଦେବେ ।

ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ନୂଆ ବିଧାୟକଙ୍କୁ ପାଇଁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ତେବେ ଏହାକୁ ଦଳୀୟ ଶିବିର କହି ଉଭୟ ବିଜେଡି ଓ କଂଗ୍ରେସ ବୟକଟ୍ କରିଥିଲେ । ବିଜେଡି ପକ୍ଷରୁ ପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର କରାଯାଇ ଦଳର ନୂଆ ବିଧାୟକଙ୍କୁ ଟ୍ରେନିଂ ଦିଆଯିବ ବୋଲି ସେତେବେଳ ବିଜେଡି ଘୋଷଣା କରିଥିଲା । ଅନ୍ୟପଟେ ବିଜେଡିର ଏ କାର୍ଯ୍ୟକ୍ରମକୁ ସମାଲୋଚନା କରିଛି ବିଜେପି ।

OTV is now on Whatsapp

Join and get latest news update delivered to you via whatsapp

Join Now