Advertisment

କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ ? ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ?

ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

Odisha Congress

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ଓଡ଼ିଶାରେ ଦୁର୍ଦ୍ଦିନ ସ୍ଥିତିରେ ଥିବା ହାତ ଦଳକୁ କିଏ ଯୋଗାଇ ବଳ ? ଅଧିକ ଚର୍ଚ୍ଚାରେ ଥିବା ୩ ନେତା ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ? କାହା ନାଁରେ ମୋହର ମାରିବ ଏଆଇସିସି ?୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସାଙ୍ଗକୁ ୯ରୁ ୯୦ ନାରା ଫେଲ୍ ମାରିବା ପରେ ଜୁଲାଇ ୨୧ରେ ପିସିସିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଏହାପରେ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ ଶରତ ପଚ୍ଚନାୟକ । ତାପରଠୁ ଦୀର୍ଘ ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ।

Advertisment

ତେଣେ ଯଦିଓ ଓଡ଼ିଶା କଂଗ୍ରେସର ମୁଖିଆ ଖୋଜିବାକୁ ଗତ ୨୨ ତାରିଖରେ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ବସିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା, ହେଲେ ସେଥିରେ ବି କାହା ନାଁରେ ମୋହର ବାଜି ପାରିନି। ତେଣେ ଷ୍ଟିୟରିଂ କମିଟିର ସଦସ୍ୟ ତଥା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି- କମିଟି ଆଗେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରିବ। ସେଠିକାର ସଭାପତି, ପୂର୍ବତନ ସଭାପତି, ବିଧାୟକ ଓ ବ୍ଲକ ସଭାପତିଙ୍କ ମତ ନିଆଯିବ। ସେଠୁ ଯାହା ନାଁରେ ସହମିତି ଆସିବ ତାହା ଏଆଇସିସିକୁ ପଠାଯିବ ।

ତେଣେ ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ପଦ ପାଇଁ ଯେଉଁ ନେତାମାନଙ୍କ ନାଁ ଶୁଣାଯାଉଛି, ସେଥିରେ ସବୁଠୁ ଆଗରେ ଅଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । କାରଣ ମୋକିମ୍ ଗତ ନିର୍ବାଚନରେ ପୁଣି ବିଧାୟକ ଟିକେଟ୍ ନପାଇବି ଝିଅ ସୋଫିଆଙ୍କ ପାଇଁ ଟିକେଟ୍ ଆଣି ଜିତାଇ ପାରିଛନ୍ତି । ଏଥିସହ ତାଙ୍କ ଉପରେ ଦିଲ୍ଲୀ ନେତୃତ୍ୱ ଆସ୍ଥା ପ୍ରକଟ କରି ଇଡି ଅଫିସ ଘେରାଉ ଦାୟିତ୍ୱ ଦେଇଥିଲା, ଯାହାକୁ ଗତ ୨୧ ତାରିଖର ଦିନ ସଫଳ କରି ଦେଖାଇଥିଲେ ମୋକିମ୍ । ଏମିତିକି ମଞ୍ଚରେ ଅଭିଜ୍ଞ, ପ୍ରବୀଣ ଓ ଅସନ୍ତୁଷ୍ଟଙ୍କୁ ଏକାଠି କରିବାକୁ ବି ସମର୍ଥ ହୋଇଥିଲେ ।

Advertisment

ପିସିସି ସଭାପତି ପଦ ପାଇଁ ତାଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ମୋକିମ୍ କହିଛନ୍ତି- ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହାକୁ ସଠିକ ଢଙ୍ଗରେ ତୁଲାଇବେ । ତେବେ ସବୁ ନିଷ୍ପତ୍ତି ଏଆଇସିସି ହାତରେ । ତେଣେ ଚର୍ଚ୍ଚାରେ ଥିବା ଅନ୍ୟ ଦୁଇ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରୁ ଜୟଦେବ କହିଛନ୍ତି- ଏଆଇସିସି ଜଣେ ଦକ୍ଷ ନେତାଙ୍କୁ ମଙ୍ଗୁଆଳ ଦାୟିତ୍ୱ ଦେବ ।

ସେପଟେ ରାଜନୀତି ବିଶ୍ଳେଷକଙ୍କ ମତରେ କଂଗ୍ରେସ ଏବେ ଓଡ଼ିଶାରେ ମଜଭୁତ୍ ହେଉଛି । ଦଳକୁ ସମ୍ଭାଳି ପାରୁଥିବା ନେତାଙ୍କ ଉପରେ ଏଆଇସିସି ମୋହର ମାରିପାରେ । ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦ ପାଇଁ ଜଣେ ଦକ୍ଷ ନେତା ଖୋଜା ଚାଲିଛି । ହେଲେ ରାଜନୀତିର ବିପରୀତ ସୁଅକୁ କାଟି ବାରମ୍ବାର ବିଧାୟକ ଭାବେ ଜିତୁଥିବା ବରିଷ୍ଠ ନେତା ତାରା ବାହିନୀପତିଙ୍କୁ କିନ୍ତୁ ଏଆଇସିସି କୌଣସି କମିଟିରେ ନରଖିବା ନେଇ ଉଠିଛି ପ୍ରଶ୍ନ । 

PCC President Odisha Congress
Advertisment
Advertisment