ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି।
ସବୁ ସୀମା ପାର୍ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍ ରିଗିଂ, ଭୋଟ୍ ବାକ୍ସ ଲୁଟ୍, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍କୁ ମାଡ଼।
କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ ।
ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ।
ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି।
ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି ।
ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ।
ବୁଥ୍ରୁ ଭୋଟ୍ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍ରୁ ୪ଜଣ ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।
ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ପାରାଦୀପ ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।
ଭୋଟ୍ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ଗତକାଲି ସଂଧ୍ୟାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି ।
ବାଲାଟ୍ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍ ଘରେ ଅଟକି ରହିଲେ ପୋଲିଂ ପାର୍ଟି।
ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।
ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ ।
ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ