• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରୋଧୀଙ୍କୁ ଶକ୍ତ ଝଟ୍‌କା । ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁମ୍‌ ଦାମ୍‌ ଆସିଲେ ଆଉ ଚାଲିଗଲେ । ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଯେଉଁ ଅପପ୍ରଚାର ହେଉଥିଲା, ତା’ଉପରେ ପୂର୍ଣ୍ଣଛେଦ୍ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ ।

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସର ବୁଲି ଦେଖିଛନ୍ତି । ଏକାମ୍ର ଯୋଜନା କାର୍ଯ୍ୟକ୍ରମ ଅଧିନରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳର ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଶେଷ କରି ଆଶିଷ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସ୍ୱାସ୍ଥ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଯେବେ ଯେବେ ନିର୍ବାଚନ ଆସେ, ସେତେବେଳେ ମୁଁ ଆସୁସ୍ଥ ବୋଲି ଗୁଜବ କରାଯାଏ । ହେଲେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଆଉ ଖୁସି ଅଛି’ । ଏଭଳି ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଗୁଜବର ଅନ୍ତ ଘଟାଇଛନ୍ତି । ବିରୋଧୀଙ୍କୁ ମୁଁହ ତୋଡ଼ ଜବାବ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ଏଭଳି ଗୁଜବ ହୁଏ, ସେତେବେଳେ ବିଜୁ ଜନତା ଦଳ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିଥାଏ ।