Advertisment

ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ମିଳିଲା ସଫଳତା

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tiffin Bomb Recovered

Tiffin Bomb Recovered

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। କଲ୍ୟାଣସିଂହପୁରରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି। ପୋଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏହି ବୋମା ରଖିଥିଲେ ବୋଲି ଅନୁମାନ କରାଯାଉଛି।

Advertisment

ଯବାନମାନେ କମ୍ବିଂ ବେଳେ ସନ୍ଦେହ କରି ଯାଞ୍ଚ କରିଥିଲେ। ଏହି ସମୟରେ ପୋଲ ପାଖରୁ ଗୋଟିଏ ଟିଫିନ ବୋମା ଜବତ କରିଥିଲେ। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

୧୫ ବର୍ଷ ପରେ ରାୟଗଡ଼ା ଜିଲ୍ଲାର ନିୟମଗିରିରେ ମତଦାନ ହେଉଥିବାରୁ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏଠାକାର ପାରସାଲି ପଞ୍ଚାୟତର ୧୧ଟି ଓ୍ୱାର୍ଡରେ ୧,୬୧୯ ଜଣ ଭୋଟର ମତଦାନ କରିବେ। ପୂର୍ବରୁ ନିୟମଗିରିରେ ମତଦାନ ନ ହୋଇ ପ୍ରତିନିଧି ଚୟନ କରାଯାଉଥିଲା

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ତ ଆଉ କେଉଁଠି ଆକ୍ରମଣ କରିଛନ୍ତି

Odisha Panchayat Polls Odisha Panchayat Elections
Advertisment
Advertisment