Advertisment

ପୋଲିଂ ବୁଥ୍‌ରେ ଲେଡି ଡନ୍‌, କହିଲେ- ଆମ ଏରିଆରେ କେହି ପଶି ପାରିବେନି, ସବୁ କ୍ୟାମ୍ପସରୁ ବାହାର...

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman In Chandbali Protests Media Presence

Woman In Chandbali Protests Media Presence

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ତିହିଡ଼ିର ଫତେପୁର ପଞ୍ଚାୟତ ବଡ଼ଗାଲୋ ବିଦ୍ୟାଳୟରେ ୪ନମ୍ବର ବୁଥ୍‌ରେ ରିଗିଂ ହେଉଥିବା ଦେଖିବାକୁ ମିଳିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ନଜର ଆସିଛି।

Advertisment

ଏପରିକି ସମ୍ପୃକ୍ତ ମହିଳା ବାହାରୁ ଭୋଟରମାନଙ୍କୁ ଧାଡ଼ି କରି ଭିତରେ ପୁରାଉଛନ୍ତି। ଆଉ ସେମାନଙ୍କ ହାତରୁ ବାଲାଟ ପେପର ନେଇ ନିଜେ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି। ଏନେଇ ପ୍ରିଜାଇଡିଂ ଅଫିସର ବାରଣ କରିଥିଲେ ବି ସମ୍ପୃକ୍ତ ମହିଳା କିଛି ଶୁଣି ନଥିଲେ। ଶେଷରେ ପ୍ରିଜାଇଡିଂ ଅଫିସର ଆସି ପୋଲିସଙ୍କ ଆଗରେ ନେହୁରା ହୋଇଥିଲେ। ଜୀବନ ବଞ୍ଚାଇ ଦେବାକୁ ହାତ ଯୋଡ଼ି ପ୍ରିଜାଇଡିଂ ଅଫିସର ପୋଲିସ୍‌କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।

ମହିଳାଙ୍କ ଏଭଳି ଆଚରଣ ଦେଖି ଅନ୍ୟ ଭୋଟରମାନେ ରାଗି ବୁଥ୍ ଛାଡ଼ି ପଳାଉଥିବା ନଜର ଆସିଛି। ମହିଳାଙ୍କ ଏଭଳି ବ୍ୟବହାରର ଦୃଶ୍ୟ ଭିଡିଓ ସୁଟିଂ କରୁଥିବା ଦେଖି ସମ୍ପୃକ୍ତ ଭିଡିଓଗ୍ରାଫରଙ୍କୁ ବୁଥ୍ ବାହାରକୁ ବିଦା କରିବାକୁ ଉକ୍ତ ମହିଳା କହିଥିଲେ। 

Advertisment

ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ବୁଥ୍ ଭିତରେ ଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମ୍ପୃକ୍ତ ମହିଳା ଧମକ ଦେଇଥିବା ମଧ୍ୟ ନଜର ଆସିଛି। ବୁଥ୍ ଭିତରୁ ନ ବାହାରିଲେ ପରିସ୍ଥିତି ଖରାପ ହୋଇପାରେ ବୋଲି ସମ୍ପୃକ୍ତ ମହିଳା ଚେତାବନୀ ଦେଇଛନ୍ତି। ଖାଲି ଏତିକି ନୁହେଁ, ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମଧ୍ୟ ବୁଥ୍‌ରେ ଭୋଟ୍ ଦେବାକୁ ଦେଇନଥିଲେ ଉକ୍ତ ମହିଳା। ତେବେ ଏଭଳି ଘଟଣାକୁ ଅତିରିକ୍ତ ଏସ୍‌ପି ଖଣ୍ଡନ କରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ସେ କହିଛନ୍ତି। 

Odisha Panchayat Polls Odisha Panchayat Elections
Advertisment
Advertisment