Advertisment

ଘୋ ଘା ହୋଇ ବୁଥ୍‌ ଭିତରକୁ ପଶି ଆସିଲେ; BDOଙ୍କୁ ଠେଲାପେଲା କରି ଆକ୍ରମଣ କଲେ

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍‌କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Korei BDO allegedly attacked

Korei BDO allegedly attacked

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ତ ଆଉ କେଉଁଠି ବିଡିଓଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ସମ୍ପୃକ୍ତ ବୁଥ୍‌ରେ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି।

Advertisment

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ସୋତି ୟୁଜିଏମ୍ଇ ସ୍କୁଲ୍‌ରେ ମତଦାନ ଚାଲୁଥିବା ବେଳେ କିଛି ଦୁର୍ବୃତ୍ତ ହଠାତ୍‌ ବୁଥ୍ ଭିତରକୁ ପଶି ଆସିଥିଲେ।  ୮,୯,୧୦,୧୧ ନମ୍ବର ବୁଥ୍‌ରେ ମତଦାନ ଚାଲିଥିବା ବେଳେ ବୁଥ୍‌କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ। ଘଟଣା ପରେ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି। 

ବୁଥ୍ ଜବରଦଖଲ ଅଭିଯୋଗ ପାଇ କୋରେଇ ବିଡିଓ ରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ବିଡିଓଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। 

Advertisment
Odisha Panchayat Polls Odisha Panchayat Elections
Advertisment
Advertisment