Advertisment

ଦେଇପାରିଲେନି ଭୋଟ୍‌: ପୋଲିଂ ପାର୍ଟିକୁ ଘେରିଲେ, ସ୍କୁଲ୍‌ ଘରେ ଅଟକ ରଖିଲେ

ବାଲାଟ୍‌ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍‌ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍‌ ଘରେ ଅଟକି ରହିଲେ ପୋଲିଂ ପାର୍ଟି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Locals Detained Polling Party

Locals Detained Polling Party

ଗତକାଲି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ହିଂସାକାଣ୍ଡକୁ ଯେଭଳି ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ନଦୋହରାଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ତଥାପି ବିଭିନ୍ନ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ହିଂସାକାଣ୍ଡ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

Advertisment

ମତଦାନ କରି ନ ପାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲାଟ୍‌ ବକ୍ସ ସହ ପୋଲିଂ ଅଫିସରଙ୍କୁ ବୁଥ୍‌ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍‌ ଘରେ ଅଟକି ରହିଲେ ପୋଲିଂ ପାର୍ଟି। ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୫ ନମ୍ବର ଜୋନ୍ ପୋଖରିଆ ପଞ୍ଚାୟତର ଜଟିଆଷୋଳ ବୁଥ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

ସୂଚନା ଅନୁସାରେ, ସ୍ଥାନୀୟ କିଛି ଲୋକଙ୍କ ଭୋଟର ଲିଷ୍ଟରେ ନାଁ ନଥିବା ବେଳେ ସହିତ ବୁଥ୍‌ ବାହାର ଗାଁର ଲୋକ ସେହି ବୁଥ୍‌କୁ କାହିଁକି ଆସିଲେ ବୋଲି ପୋଲିଙ୍ଗ ଅଫିସରଙ୍କ ସହ ସ୍ଥାନୀୟ ଲୋକେ ଯୁକ୍ତିତର୍କ କରିଥିଲେ। ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା। ଏପରିକି ଭୋଟ ପ୍ରକ୍ରିୟା ବନ୍ଦ ମଧ୍ୟ ହୋଇଯାଇଥିଲା।

Advertisment

ଖବର ପାଇ ଘଟଣାସ୍ଥଳରେ ସଦର ଏସ୍‌ଡିପିଓ, ସ୍ଥାନୀୟ ତହସିଲଦାର, ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଲୋକେ ବୁଝିବାକୁ ନାରାଜ। ସନ୍ଧ୍ୟା ୮ଟା ଯାଏ ଉତ୍ତେଜନା ଲାଗି ରହିବା ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରିବା ସହ ବାକି ରହିଥିବା ଲୋକ ଭୋଟ୍‌ ଦେଇଥିଲେ। ଶେଷରେ ରାତି ୧୦ଟା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଲୋକମାନେ ବୁଥ୍‌ରୁ ଛାଡ଼ିଥିଲେ। 

Odisha Panchayat Polls Odisha Panchayat Elections
Advertisment
Advertisment