/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645241323.jpg)
Campaigning For Third Phase Panchayat Polls Ends In Odisha
ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ଗତକାଲି ସଂଧ୍ୟାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍, ୧୩ ଶହ ୮୨ ପଞ୍ଚାୟତ ଏବଂ ୧୮ ହଜାର ୪୯୫ ୱାର୍ଡରେ ମତଦାନ ହେବ ।
ନିର୍ବାଚନରେ ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତସାବ୍ୟସ୍ତ କରିବେ । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟଗ୍ରହଣ ଜାରି ରହିବ।
ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ ପାର୍ଟି ବୁଥ୍ ମୁହାଁ ହୋଇଛନ୍ତି । ଅଧିକାଂଶ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ଆଉ କିଛି ବୁଥକୁ ଯାଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଗାମୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ସରିବା ପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ ।
ସେହିପରି ଗତକାଲି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବି ଶୃଙ୍ଖଳାର ସହ ସରିପାରିଲାନି । ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବୁଥ୍ କ୍ୟାପଚରିଂ ସହ ରିଗିଂ ଅଭିଯୋଗ ଆସିଥିବାବେଳେ କଟକ ବାରଙ୍ଗରେ ଭୋଟିଂ ବାକ୍ସ ଲୁଟ୍କୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସେପଟେ ନୂଆପଡ଼ା ଜିଲ୍ଲାରେ ପ୍ରିଜାଇଡ଼ିଂ ଅଫିସର ଜଣକ ନିଜ ବ୍ୟକ୍ତିଗତ ଗାଡ଼ିରେ ବାଲାଟ ବକ୍ସ ନେବାକୁ ନେଇ ତାତି ଉଠିଥିଲେ ଲୋକେ । ଏଭଳି ଏକାଧିକ ହିଂସା ଓ ଉତ୍ତେଜନା ଭିତରେ ଆଜିର ଭୋଟିଂ ସରିଛି । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ଭଳି ଅବସ୍ଥା ଉପୁଜିନଥିବାର ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)