Advertisment

ରାତିରେ ଟଙ୍କା ବାଣ୍ଟୁଥିଲେ ସରପଞ୍ଚ ପ୍ରାର୍ଥୀ ! ବାନ୍ଧି ପକାଇଲେ ଗାଁ ଲୋକେ...

ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ।

author-image
Rajalaxmi Sahoo
Sarpanch Candidate Allegedly Distributes Money

Sarpanch Candidate Allegedly Distributes Money

ଟଙ୍କା ବାଣ୍ଟିବା ଅଭିଯୋଗରେ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଅଟକ ରଖିଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବଣକାଟି ଗାଁର ଟଙ୍ଗାସୋଲ ପଞ୍ଚାୟତର ୭ ନମ୍ବର ୱାର୍ଡରେ ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ। ଖବର ପାଇ ପୋଲିସ୍‌ ଗାଁରେ ପହଞ୍ଚି ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରିଥିଲେ।

Advertisment

ସୂଚନା ଅନୁସାରେ, ବଣକାଟି ଗାଁର ସରପଞ୍ଚ ପ୍ରାର୍ଥୀ ଦଶରଥ ମୁର୍ମୁ ଟଙ୍କା ବାଣ୍ଟିବାକୁ ଯାଇଥିବା ସନ୍ଦେହରେ ଲୋକ ତାଙ୍କୁ ଅଟକ ରଖିଥିଲେ। ଘଟଣା ପ୍ରଚାର ହେବା ପରେ ଦଶରଥଙ୍କ ସମର୍ଥକ ମାନେ ବିପକ୍ଷ ଲୋକଙ୍କୁ ମଧ୍ୟ ଅଟକ ରଖିଥିଲେ। ଏନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।  ସାରା ରାତି ଉତ୍ତେଜନା ଲାଗି ରହିଥିଲା।

ଖବର ପାଇ ବଡ଼ସାହି ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହ ସରପଞ୍ଚ ପ୍ରାର୍ଥୀଙ୍କୁ ମୁକୁଳାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବଣକାଟି ଗାଁ ଓ ଟଙ୍ଗାସୋଲ ପଞ୍ଚାୟତର ସମସ୍ତ ବୁଥ୍‌ରେ ଆଜି ସକାଳୁ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା। 

Advertisment
Odisha Panchayat Polls Odisha Panchayat Elections Sarpanch Candidate
Advertisment
Advertisment