• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିସ୍ଥାପିତ ଲୋକେ ହରାଇଲେ ମତଦାନ ଅଧିକାର,ତେବେ କିଏ ଛଡେଇନେଲା ଏମାନଙ୍କ ଅଧିକାର ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନ କିପରି କାମ କରୁଛି ତାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକରେ। ପ୍ରତି ଗାଁରୁ ଏଭଳି ଅଭିଯୋଗ ଆସୁଥିଲା । ମାତ୍ର ଜଙ୍ଗଲ ବିଭାଗ ଓ ପ୍ରଶାସନ ମିଳିତ ଭାବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଖେଜୁରୀ ଗ୍ରାମରୁ ଉଠାଇ ଆଣି ଠାକୁରମୁଣ୍ଡା ବ୍ଲକର ସାଲେଇବେଡା ଠାରେ ଥଇଥାନ କରିଥିବା ପରିବାରକୁ ଭୁଲିଗଲେ ଏବଂ ସେମାନଙ୍କର ମୌଳିକ ଅଧିକାର ଟିକକୁ ଛଡାଇନେଲେ ।

ଶିମିଳିପାଳ ଆଭ୍ୟନ୍ତରଣ ଖେଜୁରୀ ଗ୍ରାମରେ ବସବାସ କରୁଥିଲେ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର କିଛି ଲୋକେ । ହେଲେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ସେମାନଙ୍କୁ ୨୦୨୦ ଜାନୁଆରୀ ୨୪ ତାରିଖରେ ଅଣାଗଲା ଠାକୁରମୁଣ୍ଡା ବ୍ଳକର ସାଲେଇ ବେଡା ଗାଁକୁ । ସମସ୍ତ ୧୧୪ ପରିବାର ମଧ୍ୟରୁ ୧୦୭ ଜଣକୁ ସରକାରୀ ବାସଗୃହ ଯୋଗାଇ ଦିଆଯାଇଛି । ଆସିବାର ଦୁଇ ବର୍ଷ ବିତିଯାଇଥିଲେ ସୁଧା ଭୋଟର ତାଲିକା ସଂଶୋଧନ କରାଯାଇପାରିଲାନାହିଁ । ବାସଗୃହ ଯୋଗାଇ ଦେଇଥିବା ସରକାର କେମିତି ଭୋଟ ଅଧିକାର ସମ୍ପର୍କରେ ଭୁଲିଗଲେ ? ତାକୁ ନେଇ ପ୍ରଶ୍ନ ଉଠିଛି ।

ବନବିଭାଗ ଜଙ୍ଗଲ ମଧ୍ୟରୁ ଉଠାଇ ଆଣି ୩ ମାସ ଖାଇବାକୁ ଏବଂ ଅସ୍ଥାୟୀ ବାସଗୃହ ଯୋଗାଇ ଦେଇ ତା ଦାୟିତ୍ୱ ଭୁଲିଯାଇଥିବା କହିଛନ୍ତି ଗାଁ ଲୋକେ । ସବୁ ପ୍ରତିଶୃତି ଜଙ୍ଗଲ ବିଭାଗ ହିଁ ଦେଇଥିଲା ବୋଲି ଗ୍ରାମବାସୀ କହିଛନ୍ତି । ହେଲେ ବର୍ତ୍ତମାନ ଦୁର୍ଦ୍ଦିନରେ ଜୀବନ ଯାପନ କରୁଛନ୍ତି ଏଇ ୧୧୪ ପରିବାର । ଯେତେବେଳେ ବନବିଭାଗ ଏମାନଙ୍କୁ ଜଶିପୁର ବ୍ଳକର ଗୁଡୁଗୁଡ଼ିଆ ଗ୍ରାମପଞ୍ଚାୟତ ଖେଜୁରୀ ଗ୍ରାମରୁ ସ୍ୱେଚ୍ଛାକୃତ ଭାବେ ବିସ୍ଥାପିତ ହେବାପାଇଁ ବହୁ ପ୍ରଲୋଭନ ଦେଖାଇ ଥିଲା ।

ବର୍ତ୍ତମାନ ଏମାନେ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି । ତେବେ ଏମାନେ ମୌଳିକ ଅଧିକାର ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଠୁ ଆରମ୍ଭ କରି ଉପ-ଜିଲ୍ଲାପାଳ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । "ଯଥା ପୂର୍ଵଙ୍ଗ ତଥା ପରଂ" ଏମାନେ ଜଙ୍ଗଲ ଭିତରେ ଯେମିତି ଥିଲେ ତା ଠାରୁ ଆହରୁ ବେସି ଏଠାରେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ତେବେ ଏ ସମ୍ପର୍କରେ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମ ସୁନ୍ଦର ଟୁଡୁଙ୍କ ମତ ଦେଇଛନ୍ତି । ସେ କୁହନ୍ତି ଯେ ବି.ଏଲ.ଓ ସେଠାରେ କ୍ୟାମ୍ପ କରିଥିଲେ, ମାତ୍ର ଜଣେ ହେଲେ ଆସିଲେ ନାହିଁ । ମାତ୍ର ରାମଚନ୍ଦ୍ର ସୋରେନ କହିଛନ୍ତି ଯେ, ସ୍କୁଲ ପାଖରୁ ଆମେ ୧୦୦ ମିଟର ଦୂରରେ ଅଛୁ । କିନ୍ତୁ କେହି ଜଣାଇ ନାହାନ୍ତି ପ୍ରଶାସନ ମିଛ କହୁଛି । ତେବେ ବସ୍ତିବାସିନ୍ଦା କ୍ଷବ୍ୟ ସହିତ କହିଛନ୍ତି ବର୍ତ୍ତମାନ ତ୍ରି- ସ୍ତରୀୟ ନିର୍ବାଚନରେ ଭୋଟ ନ ଦେଲେ ଲୋକଙ୍କ କଥା ଜନ ପ୍ରତିନିଧି ଶୁଣିବେକି ? ଆମକୁ ଆମର ସାମ୍ବିଧାନିକ ଅଧିକାର ମତଦାନରୁ ବଞ୍ଚିତ ରଖିଥିବା ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନ ତଥା ଉଚ୍ଚ ପଦାଧିକାରୀ ପଦକ୍ଷେପ ନେବେ କି ? ନା ମତଦାନ ରୁ ବଞ୍ଚିତ ହେଉଥିବା ପରିବାରଙ୍କୁ ଏପରି ନିର୍ବାଚନରୁ ଦୁରେଇ ଦେଉଛନ୍ତି ତାକୁ ହିଁ ଦେଖିବାକୁ ବାକି ରହିଲା ।

ରିପୋର୍ଟର- ଦୀପକ କୁମାର ମହାନ୍ତ