• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହିଂସା.. ପିଟାପିଟି.. ଆକ୍ରମଣ.. ପ୍ରତି ଆକ୍ରମଣ...ବୁଥ କ୍ୟାପ୍‌ଚରିଂରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ନିର୍ବାଚନ କମିଶନର କହିଛନ୍ତି ଶନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । 

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି । ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି । ବାଲଟ ପେପର ତ୍ରୁଟି ପାଇଁ ୨/୩ଟି ଜାଗାରେ ପୁନଃ ଭୋଟ୍ ଆବଶ୍ୟକ ପଡ଼ିପାରେ । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସେହିଭଳି କଂଗ୍ରେସ ମଧ୍ୟ କହିଛି ପ୍ରଥମ ପର୍ଯ୍ୟାୟ ପରେ ଯେଉଂ ସ୍ୱଚ୍ଛ ନିର୍ବଚାନ ହେବାର ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ । ସେପଟେ ବିଜେଡି ନିର୍ବାଚନୀ ହିଂସା ପାଇଁ ବିଜେପିକୁ ଦାୟୀ କରିଛି ।

ମୋଟାମୋଟି ଦେଖିବାକୁ ଗଲେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବି ଶୃଙ୍ଖଳାର ସହ ସରିପାରିଲାନି । ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବୁଥ୍ କ୍ୟାପଚରିଂ ସହ ରିଗିଂ ଅଭିଯୋଗ ଆସିଥିବାବେଳେ କଟକ ବାରଙ୍ଗରେ ଭୋଟିଂ ବାକ୍ସ ଲୁଟ୍‌କୁ ନେଇ ଉତ୍ତେଜନା ଦେଖାଦେଇଥିଲା । କିନ୍ତୁ ବାକ୍ସ ଲୁଟ୍ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ସେପଟେ ନୂଆପଡ଼ା ଜିଲ୍ଲାରେ ପ୍ରିଜାଇଡ଼ିଂ ଅଫିସର ଜଣକ ନିଜ ବ୍ୟକ୍ତିଗତ ଗାଡ଼ିରେ ବାଲାଟ ବକ୍ସ ନେବାକୁ ନେଇ ତାତି ଉଠିଥିଲେ ଲୋକେ । ଏଭଳି ଏକାଧିକ ହିଂସା ଓ ଉତ୍ତେଜନା ଭିତରେ ଆଜିର ଭୋଟିଂ ସରିଛି । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ଭଳି ଅବସ୍ଥା ଉପୁଜିନି ।