୫ ରାଜ୍ୟର ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଇସ୍ତଫା ମାଗିଲେ ।
ମହାନଗର ହେଉ କି ପୌର ପରିଷଦ, ଅଧିକାଂଶ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ଲଢୁଥିବାରୁ ଦଳର ଟେନସନ୍ ବଢିଛି।
ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି।
ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି।
ପୌର ନିର୍ବାଚନରେ ଫ୍ୟାମିଲି ଫାଇଟ୍ । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ହେଉଛି ରୋଚକ ଲଢ଼େଇ । ନିର୍ବାଚନୀ ମୈଦାନରେ ବାପ-ପୁଅ, ଭାଇ-ଭାଇ ମଧ୍ୟରେ ହେଉଛି ଜୋରଦାର ଟକ୍କର ।
ଜନତାଙ୍କ ଉପରେ ଚଢ଼ିଲା ନେତାଙ୍କ ଗାଡ଼ି । ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି । ସିଧା ନିଶାନାରେ ଶାସକ ଦଳ । ରାଜ୍ୟର ଛବିକୁ ମଳିନ କଲାଭଳି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି ଅମାନବୀୟ କାଣ୍ଡକୁ ନେଇ ହୁଲସ୍ତୁଲ ରାଜ୍ୟ ରାଜନୀତି ।
ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।
ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ ।
ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ବେଳେ ଫୁଟି ବାହାରିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଭିନ୍ନ ବ୍ଲକରେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ।
ବିଜେଡିରେ ତୀବ୍ର ହେଉଛି ଅନ୍ତଃକନ୍ଦଳ । ଗତକାଲି ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଏକଥା ଆହୁରି ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରୁ ରାୟଗଡ଼ା ଯାଏଁ ସବୁଠି ଦେଖିବାକୁ ମିଳିଛି ବିଜେଡି ବନାମ୍ ବିଜେଡି ଲଢ଼େଇ ।
ଏପ୍ରିଲ ୧୨ରେ ଆସାନସୋଲ୍ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୧୬ରେ ହେବ ଭୋଟ୍ ଗଣତି ।
ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍
ଆପ୍ର ଐତିହାସିକ ବିଜୟ ପରେ ଅମୃତସରରେ ଏହି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ।
ଏଥର ଯୋଗୀଙ୍କ କ୍ୟାବିନେଟର ନୂଆ ମୁହଁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀ ପହଞ୍ଚିଛନ୍ତି ଯୋଗୀ । ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।
ମୁଁ ଲୋକଙ୍କ ସହିତ ରହି କାମ କିପରି କରିବି, ତାହା ମୋର ପ୍ରାଥମିକତା ହେବ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ଆକ୍ରମଣର ଶୀକାର ଆହତଙ୍କୁ ଭେଟିଛନ୍ତି ବିଜେପି ସାଂସଦ।
ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ।
ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଡ୍ରାଇଭର ସିଟ୍ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଛନ୍ତି।
ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ପୂର୍ବରୁ ଭୋଟ୍ ବିଭାଜନ ହେବା ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ । ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ଏଭଳି ଶପଥ ପାଠ କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।
ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି।