• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ

ଆଜି ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ଥିବା ବେଳେ ଖୋର୍ଦ୍ଧା ବେଗୁନିଆ ରେ ଏଭଳି ଭିଡିଓକୁ ନେଇ ରାଜନୀତିର ନିଆଁ ସରଗରମ ହୋଇଛି ।  ଭୋଟ୍ ବିଭାଜନ  ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଏପରି ଶପଥ ପାଠ କରାଯାଉଥିବା କୁହାଯାଉଥିବା ବେଳେ ଏହାକୁ କିନ୍ତୁ ସିଧା ସିଧା ଫାଙ୍କି ଦେଇଛନ୍ତି ବିଧାୟକ ରାଜେନ୍ଦ୍ର ସାହୁ ।

ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ  ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ କରେଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ତେବେ ଭିଡିଓଟି କେଉଁ ଦିନର ତାହା ଜଣାପଡ଼ିନଥିଲେ ବି ଭାଇରାଲ ହେବାରେ ଲାଗିଛି ।

 ସୂଚନା ଅନୁସାରେ ସମିତି ସଭ୍ୟମାନେ ଏକ ଶିବ ମନ୍ଦିରରେ ଶିବଙ୍କ ନାଁରେ ଶପଥ ନେଉଛନ୍ତି । ବ୍ରାହ୍ମଣଙ୍କ ଜରିଆରେ ମନ୍ତ୍ର ଉଚ୍ଚାରଣ ସହ ଶପଥ କରାଯାଉଥିବା ବେଳେ ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ତ୍ରିବାର ଶପଥ କରୁଛନ୍ତି। ଉପସ୍ଥିତ ଲୋକେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଭିଡିଓଟି ପୁରୀ ଲୋକନାଥଙ୍କ ମନ୍ଦିର ପରିସରର ଏବଂ ଏଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ରାଜେନ୍ଦ୍ର ସାହୁ।