Advertisment

ବାଣପୁର ଘଟଣାକୁ ରାଜନୈତିକ ଇତିହାସରେ ପ୍ରଥମ ଘଟଣା କହିଲେ ଧର୍ମେନ୍ଦ୍ର, ଅପରାଜିତା

ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ।

author-image
Chandan Shishu
ଅଦ୍ୟତନ ହୋଇଛି
demands stringent action against MLA Prashant Jagdev

demands stringent action against MLA Prashant Jagdev

ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ମଡ଼ାଇଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀ। ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି ଉଭୟେ କହିଛନ୍ତି। ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି, ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ। ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ୍ ହେବ। ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment
ଟ୍ୱିଟ୍ କରି କଣ କହିଲେ ଧର୍ମେନ୍ଦ୍ର ଟ୍ୱିଟ୍ କରି କଣ କହିଲେ ଧର୍ମେନ୍ଦ୍ର

ସେହିପରି ଗାଡ଼ି ମଡ଼ାଇବା ଘଟଣାରେ ଅପରାଜିତା କହିଛନ୍ତି ଯେ ବିଧାୟକ ରେଞ୍ଜ୍ ରୋଭର ଲୋକଙ୍କ ଉପରେ ଚଢ଼ାଇ ଦେଲେ। ବାଣପୁର IICଙ୍କ ସମେତ ଅନେକ ପୋଲିସ ଓ ଲୋକ ଆହତ ହେଲେ। ଏହା ରାଜନୈତିକ ହିଂସା ଓ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳାର ନମୁନା। ଓଡ଼ିଶା ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟ, ଏଠି ଲୋକ ଶାନ୍ତିପ୍ରିୟ।ମାତ୍ର ଯାହା ଘଟିଲା, ତାହା ରାଜନୈତିକ ଇତିହାସରେ ପ୍ରଥମ ଘଟଣା। ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା ଦେବୁ ବୋଲି ଅପରାଜିତା କହିଛନ୍ତି। 

ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ବାଣପୁର ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି। ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ତାଙ୍କ ଦଳ ବି ତୀବ୍ର ନିନ୍ଦା କରୁଥିବା କହିଛନ୍ତି। ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା, ଆଗକୁ ବି ଉଚିତ୍ ସମୟରେ ଉଚିତ୍ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ସସ୍ମିତ୍।

Advertisment
Chilika MLA Prashant Jagdev
Advertisment
Advertisment