• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Sarpanch Election Win Celebration
ଜିତିଲେ ସରପଞ୍ଚ ପ୍ରାର୍ଥିନୀ; ଖୁସିରେ ତଳେ ପଲ୍‌ଟି ମାରି ବୋବାଲ ମଚାଇଲେ ସମର୍ଥକ

ସରପଞ୍ଚ ପ୍ରାର୍ଥୀଙ୍କ ବିଜୟରେ ଖୁସିରେ ତଳେ ଗଡ଼ିଲେ ସମର୍ଥକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତର ରଶ୍ମିତା ବାଗ ଭୋଟରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକ ଭୁଇରେ ଗୁରୁଣ୍ଡି ଗୁରୁଣ୍ଡି ବୋବାଲ ମଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Odisha Panchayat Elections
ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ, ସୁର କହିଲେ- ‘ଭୋଟ୍‌ ପାଇଁ ନବୀନ ଲୋକଙ୍କୁ ଟଙ୍କା ଦେଇଛନ୍ତି’

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।

Odisha Panchayat Elections
୨୦୧୭ ଠୁ ଏଥର ଭଲ ପ୍ରଦର୍ଶନ କରିବ କି ବିଜେଡି ? 

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।

Panchayat Poll Results
କିଏ ହେବ ଗାଁ ନେତା ? ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

Odisha Panchayat Poll Results
ବିଜେଡି ସପକ୍ଷରେ ପ୍ରାରମ୍ଭିକ ଟ୍ରେଣ୍ଡ: ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

Odisha Panchayat Polls
ଆସିଲା ଟ୍ରେଣ୍ଡ୍‌: କେଉଁଠି ବିଜେପି ଆଗରେ ତ ଆଉ କେଉଁଠି ବିଜେଡି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।  ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। 

Panchayat Election Results 2022
ପଞ୍ଚାୟତ ରାୟ: ଭୋଟ୍‌ ଗଣତିର LIVE UPDATE

ପଞ୍ଚାୟତ ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ ଆଗରେ କିଏ ଆଜି ପଞ୍ଚାୟତ

  • Saturday, 26 February 2022
Odisha Panchayat Polls
ପଞ୍ଚାୟତ ନିର୍ବାଚନ: ଆଜିଠୁ ଭୋଟ୍‌ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ଏଥିପାଇଁ ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। 

Vote Counting
କାଲିଠୁ ପଞ୍ଚାୟତ ଭୋଟ୍ ଗଣତି

ବ୍ଲକ୍ ହେଡକ୍ୱାଟର କାଉଣ୍ଟିଂ ସେଣ୍ଟରରେ ପ୍ରସ୍ତୁତି ଚୂଡ଼ାନ୍ତ I ନିର୍ବାଚନ ଫଳାଫଳକୁ ନେଇ ବଢୁଛି ପ୍ରାର୍ଥୀଙ୍କ ଉତ୍କଣ୍ଠା I କିଛି ସ୍ଥାନରେ ଫର୍ମ ୧୧ ନଥିବା କହିଲା ବିଜେପି I ନିର୍ବାଚନ କମିଶନଙ୍କୁ ଟାର୍ଗେଟ ପରେ ଜବାବ ରଖିଲା ବିଜେଡି

ULB Polls
ବାଜିଲା ପୌର ନିର୍ବାଚନ ବିଗୁଲ

ମାର୍ଚ୍ଚ ୨୪ରେ ୧୦୬ ପୌର ଓ ୩ ମହାନଗର ନିଗମରେ ଭୋଟ୍ I ୨୬ରେ ଗଣତି, ପ୍ରଥମ ଥର ଭୋଟରଙ୍କୁ ନୋଟା ବିକଳ୍ପ I ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଏଥର ସିଧା ଭୋଟ୍

 Municipal Elections
ବାଜିଲା ପୌର ନିର୍ବାଚନ ବିଗୁଲ୍‌, ମାର୍ଚ୍ଚ ୨୪ରେ ଭୋଟ୍‌ ଗ୍ରହଣ

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍‌ ଗଣତି ହେବ।

Ballot Papers Found Dumped Near Strong Room
ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର, ଏହା ଅସଲି ନା ନକଲି ?

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Last Phase Elections
ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ବାଲାଟ୍ ବକ୍ସରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ପଞ୍ଚାୟତ ଭୋଟ୍ ହିଂସା, ବିଶୃଙ୍ଖଳା, ଅନିୟମିତତାର ଶହ ଶହ ଅଭିଯୋଗ ଭିତରେ ସରିଛି ସମସ୍ତ ପାଞ୍ଚ ପର୍ଯ୍ୟାୟ ମତଗ୍ରହଣ । ଆଜି ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ପଡ଼ିଛି ।

Odisha Panchayat Elections
ଏ ପଞ୍ଚାୟତ ନିର୍ବାଚନ କଣ ଶାନ୍ତିପୂର୍ଣ୍ଣ ହେଲା?

ପୂର୍ବ ୪ ଫେଜ୍ ଭଳି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବି କବଳିତ କଲା ହିଂସା । କେଉଁଠି ବୁଥ୍ ପରିସର ରଣକ୍ଷେତ୍ର ପାଲଟିଲା ତ କେଉଁଠି ବାଲଟ୍‌ ବାକ୍ସ ଉଠାଇ ପାଣିକୁ ଫୋପାଡ଼ି ଦେଲେ ଦୁର୍ବୃତ୍ତ, ପୁଣି କେଉଁଠୁ ମନ୍ତ୍ରୀଙ୍କ ନାଁରେ ଆସିଛି ବୁଥ୍ ଜବରଦଖଲ ଅଭିଯୋଗ ।

Odisha Panchayat Elections
ମାଳ ମାଳ ବିଶୃଙ୍ଖଳାରେ ସରିଲା ପଞ୍ଚାୟତ ଭୋଟ୍

କେଉଁଠି ବାଲାଟ୍‌ ବକ୍ସ ନାଳରେ ଭାସିଲାଣି ତ କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିଲେଣି ।

Bhubaneswar Municipal Corporation
ମହାନଗର ନିର୍ବାଚନ: ଆଉ ପାଦେ ଆଗେଇଲା BMC, ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ(BMC)। ଏନେଇ ବିଏମ୍‌ସି ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। 

Allegation Against Minister Bikram Keshari Arukha
ବିଜେଡି ମନ୍ତ୍ରୀଙ୍କ ଦାଦାଗିରି: ବୁଥ୍‌ ଭିତରେ ପଶି ଜବରଦଖଲ କଲେ, ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କଲେ...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗାଁ ବୁଥ୍‌ରେ ପଶି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ବୁଥ୍‌ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। 

Odisha Panchayat Elections
ସୁରୁଖୁରୁରେ ଚାଲିଥିଲା ଭୋଟିଂ, ହଠାତ୍‌ ବାଲାଟ ପେପର ନେଇ ଦୌଡ଼ି ପଳାଇଲେ ଏଜେଣ୍ଟ...

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ କଟସାହି ପଞ୍ଚାୟତ ୧ ନମ୍ବର ବୁଥ୍‌ରେ ଜଣେ ଏଜେଣ୍ଟ ବାଲାଟ ପେପର ନେଇ ଦୌଡ଼ି ପଳାଇବା ପରେ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି।

Electoral violence in the final round of voting
ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଲେ ଦୁର୍ବୃତ୍ତ; ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ

ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟଗ୍ରହଣ ବନ୍ଦ ରହିଛି ।

Panchayat Election
ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

BJD  BJP Trade
ଜମୁଛି ପଲିଟିକାଲ ବାଦୀପାଲା

ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ରହିଲା । ହେଲେ ଏବେଠୁ ଆରମ୍ଭ ହେଲାଣି ପଲିଟିକାଲ ବାଦୀପାଲା। ଶାସକ ଦଳ ବିରୋଧରେ ଆସୁଛି ମାଳ ମାଳ ଅଭିଯୋଗ।

Votes Counting
ପ୍ରାର୍ଥୀଙ୍କ ଛାତି ଦୁୁକୁଦୁକୁ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ବୁଥ୍ ବଦଳରେ ବ୍ଳକ୍ ସ୍ତରରେ ହେବାକୁ ଯାଉଛି ଭୋଟ୍ ଗଣତି । ଯାହାକି ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ ଯାଏଁ ଚାଲିବ । ପୁରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭେଲାନ୍ସରେ ରହିବ ଏବଂ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅନବରତ ଚାଲିବ ।

 Last Phase Elections
କାଲି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ପ୍ରଥମ ୪ଟି ପର୍ଯ୍ୟାୟରେ ହିଂସା, ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାର ଏକାଧିକ ଦୃଶ୍ୟ ସାମ୍ନାକୁ ଆସିବା ପରେ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

5th Phase Voting
ଯାହା ଆଜିକୁ ୧୦ ବର୍ଷ ହେଲା ହୋଇନାହିଁ, ତାହା କାଲି ଘଟିବ

ଅପହଞ୍ଚ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦବଦବା ସତ୍ତ୍ୱେ, ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ କରିବାକୁ ପୂର୍ଣ୍ଣ ଭରଷା ଦେଇଛନ୍ତି ସୁରକ୍ଷା ବାହିନୀ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ ।

Panchayat Election
ଷ୍ଟ୍ରଙ୍ଗରୁମ୍‌ ଉପରେ ଭରସା ନାହିଁ ! କେଉଁଠି ଟ୍ରାକ୍ଟର ତ କେଉଁଠି ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ

ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।