/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654355108.jpg)
Ministry reshuffle
ମନ୍ତ୍ରିମଣ୍ଡଳର ସ୍ଥାନ କିଏ ପାଇବେ ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଫୋନ୍ କଲ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ହେବେ ମନ୍ତ୍ରୀ। ତାଙ୍କୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି। ସେହିପରି ରାଜେନ୍ଦ୍ର ଢୋଲକିଆ ହେବେ ନୂଆ ମନ୍ତ୍ରୀ। ସେହିପରି ଆଳି ବିଧାୟକ ପ୍ରତାପ ଦେବଙ୍କୁ ଫୋନ୍ କଲ୍ ଯାଇଛି।
ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଫୋନ୍ କଲ୍ ଯାଇଛି।
ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି। ସେହିପରି ନିମାପଡ଼ା ବିଧାୟକ ସମୀର ଦାଶ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅଶୋକ ପଣ୍ଡା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ।
ସେହିପରି ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଚିକିଟି ବିଧାୟିକା ଉଷା ଦେବୀ, ବିଜେପୁର ବିଧାୟିକା ରୀତା ସାହୁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)