Advertisment

ନବୀନଙ୍କ ମନ୍ତ୍ରିମଣ୍ଡଳ ତାଲିକାରେ ଏମାନଙ୍କ ନାଁ !

ହେଡକ୍ୱାଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
revamp of Council of Ministers

revamp of Council of Ministers

ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ? ନୂଆ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ କିଛି ମନ୍ତ୍ରୀଙ୍କ ନିକଟକୁ ଫୋନ୍ କଲ ଯାଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକାରେ ଗଂଜାମରୁ ସୂର୍ଯ୍ୟନାରାୟଣ ପାତ୍ର, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର, କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍ ହୋଇପାରନ୍ତି।

Advertisment

ସେହିପରି ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ଯାଜପୁରରୁ ପ୍ରୀତିରଂଜନ ଘଡ଼େଇ, ସମ୍ବଲପୁରରୁ ରୋହିତ ପୂଜାରୀ
ନବରଙ୍ଗପୁରରୁ ମନୋହର ରନ୍ଧାରୀ ହେବା ନେଇ ଚର୍ଚ୍ଚା ହେଉଛି। ଯେଉଁମାନଙ୍କୁ ପାଖକୁ କଲ କରାଯାଉଛି, ସେମାନଙ୍କୁ ହେଡକ୍ୱାଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଲୋକସେବା ଭବନର କନଭେନସନ ହଲରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନରେଡ୍ଡୀ ଗତ ଏପ୍ରିଲ ମାସରେ ନିଜର ସମସ୍ତ ମନ୍ତ୍ରୀଙ୍କୁ ସମୂହ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । ଏବେ ନବୀନ ସମାନ ଢଙ୍ଗରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଜଣାପଡ଼ିଛି। 

Advertisment
Ministry Reshuffle
Advertisment
Advertisment