Advertisment

କାହିଁକି ବ୍ରଜରାଜନଗରରେ ହାରିଲା ବିଜେପି ? ସାଂଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
Brajarajnagar Bypoll Results

Brajarajnagar Bypoll Results

ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଏହାର ସମୀକ୍ଷା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। 

Advertisment

ରାଜ୍ୟ ସରକାର ଓ ବିଜେଡି ପ୍ରତି ଲୋକଙ୍କ ବିମୁଖ ଭାବ ଥିବା ସତ୍ତ୍ୱେ ଶାସକଦଳ ପ୍ରାର୍ଥୀଙ୍କ ବିଜୟ ହେଉଛି। ଏପରିକି ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥ ବଳରେ ବିଜେଡି କିଣିଥିବା ପ୍ରଦୀପ ଅଭିଯୋଗ ଆଣିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ବିଜେଡି କିମ୍ବା କଂଗ୍ରେର ପ୍ରତିକ୍ରିୟା ମିଳିନାହିଁ।

ସେପଟେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ମୋହନ ମାଝୀ ପରିଚାଳନାଗତ ତ୍ରୁଟି ପାଇଁ ବ୍ରଜରାଜନଗରରେ ଭୋଟ୍‌ କମିଲା ବୋଲି କହିଛନ୍ତି। ସେ କହିଛନ୍ତି, ଉପନିର୍ବାଚନ ଓ ସାଧାରଣ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ। ୨୦୨୪ ନିର୍ବାଚନ ଉପରେ କିନ୍ତୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୋହନ ମାଝୀ କହିଛନ୍ତି। ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ ପାଇଁ ଏହା ଫଳାଫଳ ବୋଲି ସେ କହିଛନ୍ତି। 

Advertisment

ସେପଟେ କଂଗ୍ରେସକୁ ବିଜେଡିକୁ ଫଣ୍ଡିଂ ନେଇ ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀ ସମୀର ଦାଶ ଉତ୍ତର ରଖିଛନ୍ତି। କଥା କହିବାକୁ ପଇସା ପଡେନି। ନିଜ କଥାକୁ ନିଜ ରକ୍ଷା କରିବା ପାଇଁ କିଛି ତ କହିବାକୁ ପଡେ। ତାଙ୍କ ନେତୃତ୍ୱ କ’ଣ କହୁଛି ମୁଁ ଉତ୍ତର ଦେବାକୁ ଆବଶ୍ୟକ ମନେ କରୁ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। 

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ହୋଇଛି।  ବିଜେଡିକୁ ୯୩ ହଜାର ୯୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ୨୭ହଜାର ୮୩୧ ଭୋଟ ଓ ବିଜେପିକୁ ୨୨ ହଜାର ୬୩୦ ଖଣ୍ଡ ଭୋଟ୍‌ ମିଳିଛି। ୨୦୧୯ରେ କିଶୋର ମହାନ୍ତି ୧୨ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିବା ବେଳେ ଏଥର ତାଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ୬୬ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। 

ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ଏହି ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୧୯ ପରେ ଯେତେ ସବୁ ଉପନିର୍ବାଚନ ହୋଇଛି ସବୁଥିରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବା ସହ କିଛି ସ୍ଥାନରେ ଦଳ ଅମାନତ ବି ହରାଇଥିଲା। ହେଲେ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ବିଜେପିଠାରୁ ୫ହଜାର ୨ଶହ ଖଣ୍ଡ ଭୋଟ୍‌ ଅଧିକ ପାଇଛି।

BJD BJP Congress Brajrajnagar Bypoll
Advertisment
Advertisment