ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ।
୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।
ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।
ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍ଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ ।
ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପିର ଧାମନଗର ଯୋଦ୍ଧା । ନାଁରେ ମୋହର ମାରିଲା ଦଳ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନ ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥୀ ।
ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା ।
ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି ।
ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।
ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।
ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।
ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।
ଆସନ ଗୋଟିଏ, ହେଲେ ଦାବିଦାର ଅନେକ। କାହାକୁ ଦିଆଯିବ ଟିକେଟ୍? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?
ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...
ଧାମନଗର ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ୟାଚ୍ ପକାଇବା ପାଇଁ ବିଜେଡି ନେତା ପଦଯାତ୍ରା ପ୍ରସ୍ତୁତି ଆଳରେ ଘନଘନ ବୈଠକ କରୁଛନ୍ତି। ତେବେ ଏଠାରେ ଦଳ କାହାକୁ କରିବ ପ୍ରାର୍ଥୀ, ସେନେଇ ଅଡୁଆରେ ବିଜେଡି।
ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?
ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?
ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।
ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍ଚଲ ।
ପ୍ରଶାନ୍ତ ମୁଦୁଲି ଅନୁଗୁଳ, ପ୍ରତାପ ଦେବ ବାଲେଶ୍ୱର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ
ସୋସିଆଲ ମିଡିଆରେ ଏହି ସମୟର ଫଟୋ ଭାଇରାଲ୍ ହେଉଛି ।
୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍ କରାଯାଇ ସେ ସବୁକୁ ଅପଗ୍ରେଡ୍ କରିବା ଉପରେ ଦିଆଯାଉଛି ଫୋକସ୍।
ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।
ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।