Advertisment

ଫସଲ ବୀମା ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ ବୀମା ରାଶି ପୈଠ କରାଯାଇଥିବା ଅଭିଯୋଗ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Dharmendra Pradhan meets Narendra Singh Tomar

Dharmendra Pradhan meets union Minister Narendra Singh Tomar

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଫସଲ ବୀମା ସଂପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ଜିଲ୍ଲା ର ଚାଷୀ ପ୍ରତିନିଧିମାନଙ୍କ ସହ ତୋମାରଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର ଫସଲ ବୀମା ସଂପର୍କରେ ଆଲୋଚନା କରି ତଦନ୍ତ ଦାବି କଲେ ଧର୍ମେନ୍ଦ୍ର। ଘରୋଇ ବୀମା କଂପାନୀ-ରାଜ୍ୟ ସରକାରୀ ଅଧିକାରୀଙ୍କ ଚଞ୍ଚକତା ଅଭିଯୋଗ ହୋଇଛି। ଘରୋଇ ବୀମା କଂପାନୀ ଗୁଡ଼ିକର ଅସାଧୁ ଉପାୟ ଅବଲମ୍ବନର ତଦନ୍ତ ଦାବି କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୨୧ରେ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ଦ୍ୱାରା ବରଗଡ଼ ଜିଲ୍ଲା ର ପଦ୍ମପୁର, ଝାରବନ୍ଧ, ଗାଇସିଲଟ, ବିଜେପୁର, ସୋହେଲା ଆଦି ବ୍ଲକରେ ଫସଲ ବୀମା ଦାୟିତ୍ୱ ଘରୋଇ ବୀମା କମ୍ପାନୀ ଏଚଡିଏଫସି ଏର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡକୁ ଦିଆଯାଇଥିଲା।

ତେବେ ମରୁଡି ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଶସ୍ୟ କାଟ ପରୀକ୍ଷଣ (ସିସିଇ) ତଥ୍ୟ ଏବଂ ବୀମା କମ୍ପାନୀ ଦ୍ୱାରା ଅମଳ ତଥ୍ୟର ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ ବୀମା ରାଶି ପୈଠ କରାଯାଇଥିବା ଅଭିଯୋଗ ହୋଇଛି।

Advertisment
Dharmendra Pradhan Narendra Singh Tomar
Advertisment
Advertisment