• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଦୀପଙ୍କୁ ହଟାଇବାକୁ ବଡ଼ ପ୍ଲାନ୍‌ । ଭଡ଼ାଟିଆ ଗୁଣ୍ଡାଙ୍କୁ ଦିଆଯାଇଛି ସୁପାରିଶ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାସ୍ତାରୁ ହଟାଇବାକୁ କିଛି ଗୁଣ୍ଡାଙ୍କୁ ଭଡାରେ ଲଗାଯାଇଥିବା ଅଭିଯୋଗ ଆସିଛି । ଆଉ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଧାୟକ ପ୍ରଦୀପ ପାଣିଗ୍ରାହୀ । କିଛି ସୋର୍ସ ଏବଂ ବିଶ୍ୱାସ ଯୋଗ୍ୟ ଲୋକଙ୍କଠାରୁ ଏକଥା ଜାଣିବାକୁ ପାଇଥିବା ସେ କହିଛନ୍ତି । ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କର ଯଦି କିଛି ହେବ, ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ ସିଧାସଳଖ କହିଛନ୍ତି । ହେଲେ ଏଥିପାଇଁ କାହାରିକୁ ଗୁହାରି କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ମରିବାର ଯଦି ଅଛି ମରିବି କିନ୍ତୁ ଡରିବି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଗତ ସେପ୍ଟେମ୍ବରରେ ପ୍ରଦୀପ ପାଣିଗ୍ରାହୀ ଜନସଂପର୍କ ଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏହାକୁ କାଉଣ୍ଟର କରି ଭୁବନେଶ୍ୱର ରେ ବିଜେଡି କରିଥିଲା ମିଶ୍ରଣ ପର୍ବ । ସେତେବେଳେ ପ୍ରଦୀପଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଆଉ ଅଫିସରଙ୍କୁ ସମାଲୋଚନା ଥିଲା । ଏଣେ ରାଜଧାନୀରେ ପ୍ରଦୀପଙ୍କୁ ବିଜେଡି ନେତା ସିଧାସଳଖ ଟାର୍ଗେଟ୍ କରିଥିଲେ । ଗଞ୍ଜାମ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ବିଜେଡିର ଏଭଳି ଷ୍ଟ୍ରାଟେଜି କରିଥିବା କୁହାଯାଇଥିଲା ।

ଯୁବ ବିଜେଡି କାର୍ଯ୍ୟାଳୟରେ ବିଜେଡି ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ଶଂଖ ଶିବିରରେ ସାମିଲ ହୋଇଥିଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେପିକଂଗ୍ରେସ୍ ନେତ୍ରୀ ଏବଂ କର୍ମୀ । ଏହି ଅବସରରେ ପ୍ରଦୀପଙ୍କୁ କଡ଼ା ସମାଲୋଚନା କରିଥିଲେ ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ।

ତେବେ ଗଂଜାମ ପଲିଟିକ୍ସ ଏବେ ଗୋଳିଆ ହେବାରେ ଲାଗିଛି । ବଢୁଛି ଗୋଷ୍ଠୀ କନ୍ଦଳ, ବଢୁଛି ଅସନ୍ତୋଷ । ଦଳରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଅକଳରେ ବିଜେଡି । ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ବେଶ୍ ସରଗରମ ଗଂଜାମ ରାଜନୀତି । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁରରେ ପତିଆରା ପ୍ରଦର୍ଶନରେ ମାତିଛନ୍ତି ଏହି ପୂର୍ବତନ ମନ୍ତ୍ରୀ ।

ଗଲା ଅଗଷ୍ଟ ୧୫ରେ ଗୋଳାବନ୍ଧରେ ପ୍ରଦୀପଙ୍କୁ କଳପତାକା ଦେଖାଇ ଠେଲାପେଲା କରାଯାଇଥିଲା । ପୁଣି ଗଣେଶ ପୂଜାରେ ମଣ୍ଡପ ବୁଲିବା ବେଳେ ପ୍ରଦୀପଙ୍କୁ କାଉଣ୍ଟର କରିବାକୁ ବ୍ରହ୍ମପୁର ଆଙ୍କୁଲିରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି । ପରେ ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁରରେ ଦେଖିବାକୁ ମିଳିଥିବା ପ୍ରଦୀପଙ୍କ ଏକ ବିଶାଳ ରୋଡ୍ ସୋ । ସେଠାରେ ଆୟୋଜିତ ସଭାରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କଥା ବଖାଣିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହିନଥିଲେ ପ୍ରଦୀପ । ଓଲଟା ନବୀନଙ୍କୁ ପ୍ରଶଂସାରେ ପୋତିଥିଲେ । କିନ୍ତୁ ଜୋରଦାର୍ ବର୍ଷିଥିଲେ ଅଫିସରଙ୍କ ଉପରେ ।