Advertisment

ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP

ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Padmapur Bypoll

Padmapur Bypoll

ପଦ୍ମପୁରରେ ଚାଷୀ ଭୋଟ୍‌କୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ରର ଫସଲ ବୀମା ରାଶି ବନାମ୍ ରାଜ୍ୟର ଇନପୁଟ୍ ସବ୍‌ସିଡି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ମିଳୁନଥିବାରୁ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମୁଣ୍ଡରେ ଅଠା ବୋଳୁଛି ବିଜେପି । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ପଦ୍ମପୁରରେ । ଗୋଟେ ପଟେ ବରଗଡ ଗାନ୍ଧିଛକ ଠାରେ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଦାବିରେ ଧାରଣାରେ ବସିଥିଲା ବିଜେଡି

Advertisment

ଅନ୍ୟପଟେ ପଦ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କୁ ଇନପୁଟ ସବସିଡି ଦାବି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆଉ ତାର କିଛି ଘଣ୍ଟା ପରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ବୀମା ରାଶି କ୍ଲେମ୍ କରିବା ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ  ଘଣ୍ଟାଏ ନପୂରୁଣୁ ରାଜ୍ୟ ସରକାର ଦେଖାଇଲେ ଚାଷୀ ଦରଦ । ମରୁଡି ବାବଦକୁ ୨ ଶହ କୋଟି ଟଙ୍କାର ଇନପୁଟ୍ ସହୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ ନୁହେଁ ୪ଟା ସୁଦ୍ଧା ଭୋଟ ସାରିବାକୁ ନିର୍ଦ୍ଦେଶ

Advertisment

ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧ ଖରିଫରେ ରାଜ୍ୟର ୧୨ ଜିଲ୍ଲାର ୬୪ ବ୍ଲକ ଓ ୧୫ଟି ପୌରଞ୍ଚଳର ଫସଲ ହାନି ହୋଇଥିଲା । ଏ ବାବଦକୁ କେନ୍ଦ୍ର ସରକାରଙ୍କ ଫସଲ ବୀମା ରାଶି ଓ ରାଜ୍ୟ ସରକାରଙ୍କ ଇନପୁଟ ସବସିଡିକୁ ନେଇ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି ।

ସେପଟେ ୧୧ ଅକ୍ଟୋବର ୨୦୨୧ରେ ଏସଏରଆସିଙ୍କ ପକ୍ଷରୁ ମରୁଡି ଜନିତ ରିପୋର୍ଟ ମଗାଯାଇଥିଲା । କିନ୍ତୁ ବର୍ଷେ ପର୍ଯ୍ୟନ୍ତ ଇନ୍‌ପୁଟ ସବସିଡି ଦେଇନଥିଲେ ରାଜ୍ୟ ସରକାର । ଏହାରି ଭିତରେ ଅନେକ ଥର ଚାଷୀ ଆନ୍ଦୋଳନ ହୋଇଛି । ଏମିତି କି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଗତ ଜୁଲାଇ ମାସରେ ଖରିଫ ପାଇଁ ରାଜ୍ୟରେ ମରୁଡି ଘୋଷଣା କରାଯାଇ ନାହିଁ ବୋଲି ଲିଖିତ ଭାବେ ଉତ୍ତର ରଖିଥିଲେ । ତେଣୁ ହଠାତ୍ ରାଜ୍ୟ ସରକାର ମରୁଡ଼ି ସହାୟତା ଘୋଷଣା କରିବା ଉଦ୍ଦେଶ୍ୟ ନିର୍ବାଚନକୁ ପ୍ରଭାବିତ କରିବା ନୁହେଁ ତ ? ଯାହାକୁ ନେଇ ରାଜ୍ୟ ସରକାରଙ୍କ ନିୟତ ଉପରେ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଦଳଙ୍କ କ୍ରେଡିଟ ପ୍ରତିଯୋଗିତା ଭିତରେ ଚାଷୀଙ୍କ ଭୋଟ କାହାକୁ ଯାଉଛି ତାହା ଦେଖିବାର କଥା ।

BJD BJP Odisha Politics padmapur-bypoll
Advertisment
Advertisment